ପ୍ରତିବର୍ଷ ୮ ଲକ୍ଷ ଲୋକ କରୁଛନ୍ତି ଆତ୍ମହତ୍ୟା ! ଅଧିକାଂଶ ଯୁବଗୋଷ୍ଠି ହାରୁଛନ୍ତି ଜୀବନ, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।
ଗତ କିଛି ମାସ ହେବ ଆତ୍ମହତ୍ୟାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ସେ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରଜଙ୍କ ଆତ୍ମହତ୍ୟା ହେଉ ଅବା ବୁରାଡିରେ ଘଟିଥିବା ସାମୂହିକ ଆତ୍ମହତ୍ୟା ହେଉ । ପ୍ରତିଦିନ, ପ୍ରିତି ମାସରେ ଏପରି ଅନେକ ଆତ୍ମହତ୍ୟା ଘଟଣା ସମ୍ନାକୁ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ପ୍ରାୟ ୮ଲକ୍ଷ ଲୋକ ଆତ୍ମହତ୍ୟା କରି ନିଜ ଜୀବନକୁ ନଷ୍ଟ କରିଦେଇଥାନ୍ତି । ତବେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି କି, ୧୫ ବର୍ଷ ରୁ ୨୯ ବର୍ଷ ବୟସର ଲୋକମାନେ ଅଧିକାଂଶ ଏହାର ଶିକାର ହେଉଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା ସବୁ ଦେଶ ଏବଂ ରାଜ୍ୟରେ ହେଉଛି । କିନ୍ତୁ ଗତ କିଛି ମାସ ହେବ ଏହାର ସଂଖ୍ୟା ବଢିଯାଇଛି । ସାଧାରଣତଃ ଯୁବପୀଢିମାନେ ଅଧିକ ଆତ୍ମହତ୍ୟା କରୁଥିବା ଘଟଣା ଏକ ଗଣନାରୁ ସାମ୍ନାକୁ ଆସିଛି ।
ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି କି, ୨୦ ପ୍ରତିଶତ ମହିଳା ବିଷ ଖାଇ ଆତ୍ମହତ୍ୟା କରିବାର ଉପାୟକୁ ବାଛି ନେଇଥାନ୍ତି । ସାଧାରଣତଃ ଏହି ମହିଳାମାନେ ଗ୍ରାମିଣ ଅଞ୍ଚଳର ହୋଇଥିବାର ଜଣା ପଡିଛି । କେବଳ ସେତିକି ନୁହେଁ ଆତ୍ମହତ୍ୟା କରିବା ପାଇଁ କିଛି ଲୋକେ ଫାଶୀ କିମ୍ବା ବନ୍ଧୁକକୁ ମଧ୍ୟ ଆପଣାଇଥାନ୍ତି । ବିକଶିତ ଦେଶରେ ଅଧିକାଂଶ ଲୋକ ମଦ୍ୟପାନ କରିଥାନ୍ତି ଯାହା ଦ୍ୱାରା ଲୋକଙ୍କ ମୃତ୍ୟୁ ହୋଇଥାଏ । ଏହାକୁ ମଧ୍ୟ ଏକ ପ୍ରକାର ଆତ୍ମହତ୍ୟା ହିଁ କୁହାଯାଉଛି ।
ଆତ୍ମହତ୍ୟାର ଲକ୍ଷଣ :
କୌଣସି ବି ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାରୁ ତାଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀ ଚାହିଁଲେ ବଞ୍ଚାଇ ପାରିବେ । ଏପରି ପରିସ୍ଥିତିରେ ମାନସିକ ରୋଗୀଙ୍କ ଗତିବିଧି ଉପରେ ନଜର ରଖିବା ସହ ତାଙ୍କ ସହ କିଛି ଦିନ ସମୟ ବିତାଇ ଆତ୍ମହତ୍ୟା କରିବାରୁ ରୋକାଯାଇ ପାରିବ । ଯଦି କୌଣସି ବ୍ୟକ୍ତି ଉଦାସ ରହୁଛନ୍ତି , କାମରେ ମନ ଲାଗୁନି, ଭୋକ ଲାଗୁନାହିଁ, ନିଦ ହେଉନଥିବା ଏବଂ ଏକାଗ୍ରତାରେ କମି ଭଳି କୌଣସି ପ୍ରକାର ନଜର ଆସେ ତେବେ ତାଙ୍କ ସହ ସମୟ ବିତାଇ ତାଙ୍କୁ ବୁଝାଇବା ଆବଶ୍ୟକ । ମୋଟାମୋଟି ଭାବେ କହିବାକୁ ଗଲେ ମାନସିକ ରୋଗ କାରଣରୁ ଅଧିକାଂଶ ଲୋକ ଆତ୍ମହତ୍ୟା କରୁଛନ୍ତି ।