୧୩୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅବିଶ୍ୱସନିୟ ହୋଟେଲ ! ଜାଣନ୍ତୁ କେଉଁଠି ଏବଂ କିପରି କରାଯାଇଛି ଏହାର ନିର୍ମାଣ କାର୍ଯ୍ୟ ।

55

ମନୂଷ୍ୟ ପୃଥୀବି ପୃଷ୍ଠରେ ଅନେକ ଆକର୍ଶଣିୟ ଜିନିଷ ତିଆରି କରିଛି । ଯାହା କରିବା ପାଇଁ ପୂର୍ବରୁ କଳ୍ପନା କରାଯାଇ ପାରୁନଥିଲା ତାହା ଏବେ ମନୂଷ୍ୟ ଆଧୁନିକ ଗ୍ୟାନ କୌଶଳ ମାଧ୍ୟମରେ ସମ୍ଭବ କରିପାରିଛି । ତେବେ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଅବିଶ୍ୱସନିୟ ନିର୍ମାଣ ବିଷୟରେ କହିବୁ ଯାହା ନାତ ଆପଣ କେବେ ଏପରି ନିର୍ମାଣ କାର୍ଯ୍ୟ ପୂର୍ବରୁ ଦେଖିଥିବେ ନାତ ଶୁଣିଥିବେ । ତେବେ ଆସନ୍ତୁ ଜାଣିବା ଏହି ଅବିଶ୍ୱସନିୟ ନିରର୍ମାଣ କାର୍ଯ୍ୟ ବିଷୟରେ ।

ପେରୁ, ସାଉଥ ଆମେରିକାର ସ୍ୟାକରେଡ ଭ୍ୟାଲିର ଏକ ପାହାଡ ଉପରେ ନିର୍ମାଣ କରାଯାଇଛି ସ୍କାଇଲଜ ହୋଟେଲ । ଏହି ହୋଟେଲକୁ ଦୁନିଆର ସବୁଠାରୁ ଖତରନାକ ହୋଟେଲ ବୋଲି କୁହାଯାଇଥାଏ । ଏହି ହୋଟେଲ ପ୍ରାୟ ୧୩୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ ଉପରେ ଝୁଲି ରହିଛି । ଏଠାକୁ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । କାରଣ ଏହି ହୋଟେଲ ୧୩୦୦ ଫୁଟ ଉପରେ ଝୁଲି ରହିଥିବା କାରଣରୁ ଏଠାକୁ ଯିବା ମୃତ୍ୟୁ ମୁଖରେ ପଡିବା ସହ ସମାନ ହୋଇଥାଏ । ବିପଦରେ ଭରି ହୋଇ ରହିଥିବା ସତ୍ୱେ ମଧ୍ୟ ଏଠାକୁ ବୁଲିବା ପାଇଁ ଅନେକ ଦୁର ଦୁରାନ୍ତରରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ।

ଏହି ହୋଟେଲ ଦେଖିବା ପାଇଁ ଆକାର ବିଲକୁଲ କ୍ୟାପ୍ସୁଲ ଭଳି ଦେଖାଯାଏ । ହୋଟେଲ ୨୪ ଫୁଟ ଲମ୍ବା, ୮ ଫୁଟ ଚଉଡା ଏବଂ ଏହାର ଉଚ୍ଚତା ମାତ୍ର ୮ ଫୁଟ ରହିଛି । ଏହି ହୋଟେଲରେ ଚାରୋଟି ବେଡରୁମ ଏବଂ ଗୋଟିଏ ୱାସରୁମ ସହ ଗୋଟିଏ ଡାଇନିଙ୍ଗ ରୁମ ତିଆରି କରାଯାଇଛି । ପର୍ଯ୍ୟଟକ ମାନେ ଯେପରି ପାହାଡର ସୁନ୍ଦରତାକୁ ଉପଭୋଗ କରିପାରିବେ ସେନେଇ ହୋଟେଲକୁ ସମ୍ପୁର୍ଣ୍ଣ କାଚରେ ତିଆରି କରାଯାଇଛି । କେବଳ ସେତିକି ନୁହେଁ ଏଥିରେ ସୌର ଶକ୍ତି ସାହାଯ୍ୟରେ ଲାଇଟ ଯୋଗାଇ ଦିଆଯାଏ । ଏହି ହୋଟେଲରେ ଛିଡା ହୋଇ ଉପରକୁ ଅନାଇଲେ ଆପଣଙ୍କୁ ନୀଳ ଆକାଶ ଦେଖାଯିବା ସହ ତଳକୁ ଦେଖିଲେ ପାହାଡ ସହିତ ସବୁଜ ପରିବେଶ ଦେଖାଯାଇଥାଏ । ଆଡଭେଞ୍ଚର ଟ୍ରିପରେ ଆସିଥିବା ଲୋକଙ୍କ ପାଇଁ ଏହି ହୋଟେଲକୁ ପାହାଡ ଉପରେ ତିଆରି କରାଯାଇଛି ।

ପାହାଡ ଭିତରେ ଷ୍ଟିଲର ଖୁଣ୍ଟକୁ ପୋତା ଯାଇ ଏହି ହୋଟେଲକୁ ନିର୍ମାଣ କରାଯାଇଛି । ଗ୍ରାହକମାନେ ପାହାଡର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଏହାର ଚର୍ତୁପାଶ୍ୱର୍ରେ କାଚ ଲଗା ଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ହୋଟେଲରେ ରହିବାକୁ ହେଲେ ପର୍ଯ୍ୟଟକମାନଙ୍କୁ ଦିନ ପିଛା ମାତ୍ର ୨୦ ହଜାର ଟଙ୍କା ଦେବାକୁ ପଡିଥାଏ ।