ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କ ରଖି ଅଡୁଆରେ ଜ୍ୟାକଲିନ, ଇଡିର ମାରାଥନ ଜେରା

171

କନକ ବ୍ୟୁରୋ : ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାନଡିଜ ଇଓଡବ୍ଲୁର ବୁଧବାର ଜେରା କରିଛି । ମନି ଲଣ୍ଡ୍ରିଂ ମାମଲାରେ ଇଡି ପରେ ଇଓଡବ୍ଲୁ ଜ୍ୟାକଲିନଙ୍କୁ ପଚରାଉଚରା କରିଛି । ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କୁ ଦୀର୍ଘ ଘଂଟା ଧରି ଜେରା କରିଥିବା ଜଣାପଡିଛି । ଜ୍ୟାକଲିନଙ୍କୁ ଜେରା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛି ଦିଲ୍ଲୀ ପୁଲିସର ଅପରାଧ ଶାଖା । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ କ’ଣ? ସୁକେଶଙ୍କୁ କେତେ ଥର ଭେଟିଛନ୍ତି ଜ୍ୟାକଲିନ?ଫୋନରେ ଉଭୟଙ୍କ ମଧ୍ୟରେ କେତେ ଥର କଥାବର୍ତ୍ତା ହୋଇଛି?ସୁକେଶଙ୍କ ଠାରୁ କେମିତି ଓ କାହିଁକି ଜ୍ୟାକଲିନଙ୍କୁ ଦାମୀ ଉପହାର ମିଳୁଥିଲା?

ଉପହାରର ଲମ୍ବା ତାଲିକା
• ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଛି ।
• ୧୫ ହଳ ଦାମୀ କାନଫୁଲ ଉପହାର ଭାବେ ମିଳିଛି
• କୋଟି କୋଟି ଟଙ୍କାର ଗହଣା ନେଇଛନ୍ତି
• ଉପହାର ଭାବେ ମଳିଛି ଲଗଜୁରୀ କାର
• ରୋଲେକ୍ସ ଓ ଦାମୀ ଘଂଟା ମିଳିଛି ଉପହାର
• ୫୭ଲକ୍ଷ ଟଙ୍କାର ଏକ ଦାମୀ ଘୋଡା ମଧ୍ୟ ରହିଛି
• ସୁକେଶ ଜ୍ୟାକଲିନଙ୍କୁ ଦେଇଛି ୯ ଲକ୍ଷ ଟଙ୍କାର ଏକ ପାର୍ସିି ବିଲେଇ
• ପାଖାପାଖି ୧୦ କୋଟି ଟଙ୍କାର ଉପହାର ପାଇଛନ୍ତି ଜ୍ୟାକଲିନ
ମାମଲାରେ ପିଙ୍କି ଇରାନୀଙ୍କୁ ମଧ୍ୟ ଜେରା କରିବାକୁ ସମନ ପଠାଇଛି ଇଓଡବ୍ଲୁ । ସୁକେଶ ଓ ଜ୍ୟାକଲିଙ୍କୁ ପରସ୍ପର ଚିହ୍ନା କରାଇବା ଓ ବନ୍ଧୁତା ଯୋଡିବାରେ ପିଙ୍କି ଇରାନୀର ରହିଛି ବଡ ଭୂମିକା । ତେଣୁ ଇଡି ଓ ଇଓଡବ୍ଲ୍ୟୁ ତାଙ୍କୁ ମଧ୍ୟ ଜେରା କରିବାକୁ ସମନ ଦେଇଛନ୍ତି ।

କେମିତି ଠକିଥିଲା ସୁକେଶ ଚନ୍ଦ୍ରଶେଖର?

• ମାମଲାରେ ପ୍ରଥମେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଥିଲା
• ମାମଲାରେ ଇଡି ମଧ୍ୟ ମନି ଲଣ୍ଡରିଂ ଯାଂଚ ଆରମ୍ଭ କରିଥିଲା ।
• ରେନବେକ୍ସିର ର୍ପୂବ ପ୍ରମୋଟର ଶିବିନ୍ଦର ସିଂ ଓ ମାଲବିନ୍ଦର ସିଂଙ୍କୁ ଜେଲରୁ ବାହାର କରିବା ପାଇଁ ଉଭୟଙ୍କ ପତ୍ନୀଙ୍କ ଠୁ ୨୦୦ କୋଟିରୁ ଅଧିକ ଟଙ୍କା ନେଇଥିଲା ସୁକେଶ ଚନ୍ଦ୍ରଶେଖର ।
• ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହ ମନ୍ତ୍ରାଳୟ ସହ ଜଡିତ ଅଧିକାରୀ ବୋଲି ପରିଚୟ ଦେଇ ଠକିଥିଲା ସୁକେଶ ।
• ଏହି ଠକେଇରେ କେବଳ ସୁକେଶ ନୁହଁନ୍ତି, ତିହାର ଜେଲର ଅନେକ ଅଧିକାରୀ ବି ସାମିଲ ଥିଲେ ।
• ସୁକେଶ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଥିଲେ ।
• ୨୪ ଅଗଷ୍ଟରେ ଇଡି ସୁକେଶଙ୍କ ଚେହ୍ନାଇର ସି-ବିଚ୍ରେ ଥିବା ଏକ ବଙ୍ଗଳାକୁ ସିଜ୍ କରିଛି ।
• ବଙ୍ଗାଳରୁ ୮୨ ଲକ୍ଷ ୫୦ ହଜାର ଟଙ୍କା, ୨ କିଲୋ ସୁନା ଓ ୧୨ରୁ ଅଧିକ ଦାମୀ କାର ଜବତ କରିଛି ଇଡି ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଦୀର୍ଘ ଦିନ ହେବ ତଦନ୍ତ ଚାଲିଛି । ପ୍ରଥମେ ଇଡି ଓ ଏବେ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ସୁକେଶଙ୍କ ଟଙ୍କାରେ ଜ୍ୟାକଲିନ୍ ଓ ନୋରାଙ୍କୁ ଅନେକ ଦାମୀ ଗିପ୍ଟ ଦିଆଯାଇଥିବା ସ୍ପଷ୍ଟ ହୋଇସାରିଛି । ଉପହାର ନେଇ ମାଲାମାଲ ହୋଇଥିବା ବଲିଉଡ ଦୁଇ ଅଭିନେତ୍ରୀ ନୋରା ଓ ଜ୍ୟାକଲିନ୍ ଏବେ ଠକେଇ ମାମଲାରେ ଇଡି ଓ ଦିଲ୍ଲୀ ପୋଲିସ ଶିକାରରେ ଛନ୍ଦି ହୋଇପଡିଛନ୍ତି