ଅର୍ଚ୍ଚନାକୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡିର ଆବେଦନ । କୋର୍ଟରେ ରିମାଣ୍ଡ ନେବାର କାରଣ କହିଲେ ଇଡିର ଓକିଲ । 

112

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁୁ ଆବେଦନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତେବେ ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଏହି ଆବେଦନ କରିଛି ଇଡି । ଅନ୍ୟପଟେ କୋର୍ଟରେ ନିଜ ପକ୍ଷ ରଖିଛନ୍ତି ଇଡି ଓକଲି । କାହିଁକି ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଚାହୁଁଛି ସେନେଇ ସେ କୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ଓକିଲଙ୍କ କହିବା ମୁତାବକ, ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ପରେ ହଠାତ୍ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ତେବେ ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟକୁ ଡିଆକ୍ଟିଭେକ୍ଟ ହୋଇଛି । ତେବେ କ୍ୟାସ୍ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସୁରାକ୍ ପାଇଛି ଇଡି । ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର କୋର୍ଟରେ ପହଞ୍ଚିଥିଲେ ଅର୍ଚ୍ଚନା  । ଆଉ ଏହାପରେ କୋର୍ଟରେ ଜଜଙ୍କ ଆଗରେ କାନ୍ଦିଛନ୍ତି ଅର୍ଚ୍ଚନା । ନିଜେ ପକ୍ଷ ରଖିବାକୁ ଜଜଙ୍କ ଆଗରେ କାନ୍ଦି କାନ୍ଦି ଅପିଲ କରିଛନ୍ତି ଏହି ଲେଡି ବ୍ଲାକମେଲର । ତେବେ କୋର୍ଟରେ ଅର୍ଚ୍ଚନା ହାଜର ପରେ  ଇଡି ତାଙ୍କୁ ରିମାଣ୍ଡ ନେବାକୁ ଆବେଦନ କରିଛି । ରିମାଣ୍ଡରେ ନେଇ ନାଗଫାଶର ଗୁମର ଖୋଲିବ ଇଡି । କେଉଁ କେଉଁ ମାନଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ସମସ୍ତ ତଥ୍ୟ ଓଗାଳିବ ଇଡି ।