ଶସ୍ତା ହେବ ପାମୋଲିନ ଓ ରିଫାଇନ ତେଲ: କ୍ରିଉଡ ପାମ ତେଲ ଉପରୁ ୫ ପ୍ରତିଶତ କଷ୍ଟମ ଡ୍ୟୁଟି କମାଇଲେ କେନ୍ଦ୍ର ସରକାର

466

କନକ ବ୍ୟୁରୋ : ଶସ୍ତା ହେବ ଖାଇବା ତେଲ । ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅଶୋଧିତ ପାମ ତେଲ ଉପରୁ ୫ ପ୍ରତିଶତ କଷ୍ଟମ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର । କ୍ରିଉଡ୍ ପାମ ତେଲ ଉପରେ ସରକାର ନେଉଥିବା କଷ୍ଟମ ଡ୍ୟୁଟିକୁ ୩୫ ଦଶମିକ ୭୫ପ୍ରତିଶତ ରୁ ୩୦ ଦଶମିକ ୨୫ ପ୍ରତିଶତକୁ କମାଇଛନ୍ତି ।

ସେହିପରି ରିଫାଇଲ ତେଲ ଉପରୁ କଷ୍ଟମ ଡ୍ୟୁଟିକୁ ୪୯ ଦଶମିକ ୫ ପ୍ରତିଶତରୁ ୪୧ ଦଶମିକ ୨୫ ପ୍ରତିଶତକୁ ହ୍ରାସ କରିଛନ୍ତି । ତେଲ ଉପରୁ କଷ୍ଟମ ଡ୍ୟୁଟି କମାଇବା ପରେ ଏହା ଶସ୍ତା ହେବ ବୋଲି କୁହାଯାଉଛି । କିଛି ମାସ ହେବ ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । କଷ୍ଟମ ଡ୍ୟୁଟି ପାଇଁ ତେଲ ଦାମ ବଢ଼ୁଥିବା ବିଭିନ୍ନ ବ୍ୟବସାୟୀ ସଂଘ କହି ଆସୁଥିଲେ । ଏବଂ ସରକାର କଷ୍ଟମ ଡ୍ୟୁଟିକୁ ହ୍ରାସ କରିବା ପାଇଁ ଦାବି କରୁଥିଲେ ।