ଅର୍ଥ ହେରଫେର ମାମଲାରେ ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ କଲା ଇଡି। ବିନା ଅନୁମତିରେ କାର୍ଯ୍ୟାଳୟ ନ ଖୋଲିବାକୁ ନିର୍ଦ୍ଦେଶ। 

83

କନକ ବ୍ୟୁରୋ: ଅର୍ଥ ହେରଫେର ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଥ ହେରଫେର ମାମଲାରେ ଇଡି ଦିଲ୍ଲୀରେ ଥିବା ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ୍ କରିଛି । ଏହାସହ ଜାତୀୟ ଏଜେନ୍ସି ବିନା ଅନୁମତିରେ କାର୍ଯ୍ୟାଳୟ ଖୋଲିବାକୁ ମନା କରିଦେଇଛି । ସେହିପରି ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଅତିରିକ୍ତ ପୋଲିସ୍ କର୍ମୀ ମୁତୟନ କରାଯାଇଛି । ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ।

 ମଙ୍ଗଳବାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କମ୍ପାନୀ ୟଙ୍ଗ ଇଣ୍ଡିଆ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗତ ସମ୍ବନ୍ଧିତ ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା । ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସରେ ମଧ୍ୟ ଚଢ଼ାଇ କରିଥିଲା । ଏହାରି ଭିତରେ କଂଗ୍ରେସ କର୍ମୀ ହେରାଲ୍ଡ କାର୍ଯ୍ୟାଳୟ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଇଡିର କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧୀ ଏକ ଫେସବୁକ ପୋଷ୍ଟ ଲେଖିଥିଲେ । ସେ ଲେଖିଥିଲେ ଯେ ନିଜକୁ ଏକାକୀ ବୋଲି ଭାବନାହିଁ । କଂଗ୍ରେସ ଆପଣ ସମସ୍ତଙ୍କର ସ୍ୱର ଓ ଶକ୍ତି । ଏକଛତ୍ରବାଦ ଶାସନ ବିରୋଧରେ ଆମେ ଲଢ଼ାଇ ଜାରି ରଖିବୁ ବୋଲି ରାହୁଲ ତାଙ୍କ ପୋଷ୍ଟରେ ଲେଖିଥିଲେ ।