ଅଫିସର ନୁହେଁ କୁବେର: ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ଓ ତାଙ୍କ ସହଯୋଗୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା

343

କନକ ବ୍ୟୁରୋ: ଓଡିଶାର ଅନେକ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ର ଅନେକ ଚିତ୍ର ଆପଣ ଦେଖିଛନ୍ତି । ସର୍ବାଧିକ ୨ କୋଟି ପର୍ଯ୍ୟନ୍ତ ନଗଦ ଟଙ୍କାର ରେଡ୍ ଆପଣ ଦେଖିଛନ୍ତି । କିନ୍ତୁ ଆୟ ବହିର୍ଭୂତ ଟଙ୍କା ରଖିବାର ରେକର୍ଡ କରୁଛନ୍ତି । ୨ କୋଟି କି ୩ କୋଟି ନୁହେଁ ନଗଦ ୧୯ କୋଟି ଟଙ୍କା ମିଳିଛି ଜଣେ ବାବୁଙ୍କ ଘରୁ । ପେଟି ପେଟି ୫୦୦ ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍ । ଟଙ୍କା ଗଣିବାକୁ ଆସିଛି ଦୁଇଟି ମେସିନ । ତାକୁ ଗଣିବାରେ ଲାଗିଛନ୍ତ ଅନେକ କର୍ମଚାରୀ । ନଗଦ ୧୯ କୋଟି ଟଙ୍କା ଜବତ ।

ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଜଣେ ଆଇଏଏସ ଅଫିସରଙ୍କ ଦୁଇ ସହଯୋଗୀଙ୍କ ଘରେ ରେଡ୍ କରି ପୁଳା ପୁଳା ଟଙ୍କା ସହିତ ବିଭିନ୍ନ ଦସ୍ତାବିଜ ଜବତ କରିଛି । ଏହି ଆଇଏଏସ ଅଫିସର ଜଣଙ୍କ ଝାଡଖଣ୍ଡର । ତାଙ୍କ ନାମ ପୂଜା ସିଙ୍ଘଲ । ମୋଟ୍ ୧୯ କୋଟିରୁ ଆଇଏଏସ ପୂଜାଙ୍କ ଚାଟାର୍ଡ ଆକାଉଂଟାଟ ସୁମନ କୁମାରଙ୍କ ଘରୁ ନଗଦ ୧୭ କୋଟି ଟଂକା ଜବତ କରିଥିବା ବେଳେ ବାକି ୧. ୮ କୋଟି ଟଙ୍କା ଆଉ ଏକ ସ୍ଥାନରୁ ରେଡ୍ ହୋଇଛି । ନଗର ଟଂକାର ପରିମାଣ ଏତେ ଅଧିକ ଥିଲା ଯେ ଇଡି ମେସିନ ବ୍ୟବହାର କରି ଟଙ୍କା ଗଣିଥିଲ।। ମନରେଗା ଦୁର୍ନୀତି ଅଭିଯୋଗରେ ଇଡି ଏହି ରେଡ୍ କରିଥିଲା ବୋଲି ସୂଚନା ରହିଛି ।

ନିକଟରେ ଇଡି ଜଣେ ସେକ୍ସନ ଅଫିସର ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ଏହି ସେକ୍ସନ ଅଫିସରଙ୍କ ବିରୋଧରେ ଝାଡଖଣ୍ଡ ଭିଜିଲାନ୍ସ ଦୂର୍ନୀତି ଅଭିଯୋଗରେ ୧୬ଟି ଏଫଆଇର ରୁଜୁ କରିଥିଲ।। ସେକ୍ସନ ଅଫିସରଙ୍କୁ ଜେରା କରିବା ବେଳେ ଆଇଏଏସ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ଦୂର୍ନୀତି ଅଭିଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି । ଏହି ଆଇଏଏସ ଅଫିସର ଏବେ ଝାଡଖଣ୍ଡ ସରକାରର ଖଣି ବିଭାଗର ସଚିବ ପଦରେ ରହିଛନ୍ତି । ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ମାଇନିଂ ସମ୍ପର୍କିତ ଲାଇସେନ୍ସ ନେବା ଘଟଣାରେ ନୋଟିସ କରିଛନ୍ତି । ଏତେ ଟଙ୍କା ରୋଜଗାର ପାଇଁ ଏ ବ୍ୟକ୍ତିଙ୍କୁ କେତେ ସମୟ ଲାଗିଲା । କେଉଁ ଦୁର୍ନିତିରେ ସାମିଲ ଥିଲେ ଏହି ଅଫିସର । ଏହି ବ୍ୟକ୍ତିଙ୍କ ଫଛରେ ଆଉ କିଏ ରହିଛି ତାହା ତଦନ୍ତ ପରେ ଜଣାପଡିବ ।