ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କଲା ଇଡି । ପଢନ୍ତୁ, ଦୁଇ ଜଣଙ୍କୁ କଣ ପ୍ରଶ୍ନ କଲା ଇଡି?

277

କନକ ବ୍ୟୁରୋ: ଯେଉଁ ଦୁଇ ଚରିତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଅର୍ଚ୍ଚନା ନାଗର କାହାଣୀ, ଆଜି ଇଡି କାର୍ଯ୍ୟାଳୟରେ ସେହି ଦୁଇ ଚରିତ୍ରଙ୍କୁ ନେଇ ତଦନ୍ତ ଆଗେଇଛି । ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ତୁହାକୁ ତୁହା ପ୍ରଶ କରିଛି । ଅକ୍ଷୟ ପରିଜା ବି ଇଡି ପ୍ରଶ୍ନର ସାମ୍ନା କରିଛନ୍ତି ।

ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା ଏକାଠି ବସାଇ ଜେରା କରିଛି ଇଡି । ଯେଉଁ ଦୁଇ ଚରିତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଅର୍ଚ୍ଚନା ନାଗର କାହାଣୀ, ଆଜି ଇଡି କାର୍ଯ୍ୟାଳୟରେ ସେହି ଦୁଇ ଚରିତ୍ରଙ୍କୁ ନେଇ ତଦନ୍ତ ଆଗେଇଛି । ମିଳିଥିବା ସୂଚନା ଅନୁସାରେ, ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ପ୍ରଶ୍ନ କରିଥିଲା…

  • ଆପଣ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କେମିତି ଜାଣିଲେ?
  • ଫିଲ୍ମରେ ସୁଯୋଗ ପବାଇବାକୁ ଅକ୍ଷୟଙ୍କ ସହ ସଂପର୍କ ବଢାଇଥିଲେ କି?
  • ଅଭିନୟ ସୁଯୋଗ ନମିଳିବାରୁ ପାର୍ଲର କରିବା ପାଇଁ ୫ ଲକ୍ଷ ମାଗିଥିଲେ?
  • ଅକ୍ଷୟ ପରିଜାଙ୍କ ସହ ଆପଣଙ୍କ ସଂପର୍କ କେତେବାଟ ଆଗେଇଥିଲା?
  • କେବେ ଅକ୍ଷୟ ପରିଜାଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି କି?
  • ନିଜ ଇଚ୍ଛାରେ ଶାରୀରିକ ସଂପର୍କ ରଖିଥିଲେ ନା କାହା ପ୍ରରୋଚନାରେ?
  • ଯୌନ ସଂପର୍କ ରଖିଲାବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କିଏ କଲା?
  • ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ଟଙ୍କା ଦାବି କରିଥିଲେ?
  • ନିଜ ଇଚ୍ଛାରେ ସେକ୍ସୋର୍ସନ କରୁଥିଲେ ନା ଏଥିପାଇଁ କେହି କହିଥିଲେ?
  • ଅର୍ଚ୍ଚନାଙ୍କ ପ୍ରରୋଚନାରେ ଅକ୍ଷୟଙ୍କ ନିକଟତର ହୋଇଥିଲେ କି?

ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଭିଯୁକ୍ତ ଦର୍ଶାଇଛି ଇଡି । ତେଣୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଏହାରି ଆଧାରରେ ବ୍ଲାକମେଲ ଭଳି ଅଭିଯୋଗ ନେଇ ଜେରା କରିଛନ୍ତି ଇଡିର ଅଧିକାରୀ । ଅକ୍ଷୟ ପରିଜାଙ୍କୁ ଇଡିର ପ୍ରଶ୍ନ…

  • ଆପଣ ଶ୍ରଦ୍ଧାଞ୍ଜଳିଙ୍କ ସଂସ୍ପର୍ଷରେ କେମିତି ଆସିଥିଲେ?
  • ଫିଲ୍ମରେ ଅଭିନୟର ସୁଯୋଗ ଦେବାକୁ କହି ଫାଇଦା ଉଠାଇଥିଲେ?
  • ଶ୍ରଦ୍ଧାଞ୍ଜଳିଙ୍କ ଘରକୁ ଆପଣ କେବେ ଓ କାହିଁକି ଯାଇଥିଲେ?
  • ଶ୍ରଦ୍ଧାଞ୍ଜଳିଙ୍କ ସହ କେବେ ଶାରୀରିକ ସଂପର୍କ ରଖିଛନ୍ତି କି?
  • ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶ୍ରଦ୍ଧାଞ୍ଜଳି ଉଠାଇଥିଲେ କି?
  • ଆପଣଙ୍କ ଦୁର୍ବଳ ମୁହୂର୍ତ୍ତର ଭିଡିଓ କରାଯାଉଥିବା ଜାଣିଥିଲେ କି?
  • ଭିଡିଓ ଆଧାରରେ ଆପଣଙ୍କୁ ବ୍ଲାକମେଲ କରାଯାଉଥିଲା କି?
  • ଶ୍ରଦ୍ଧାଞ୍ଜଳି ନା ଅର୍ଚ୍ଚନା କିଏ ଆପଣଙ୍କୁ ଫୋନ କରି ଟଙ୍କା ମାଗିଥିଲେ?

ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କ କାହାଣୀ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି ଇଡି କାର୍ଯ୍ୟାଳୟରେ ସେହି ମୋଡରେ ପହଞ୍ଚିଥିଲା । ଦୁହିଁଙ୍କୁ ଏକାଠି ବସାଇ ଘଟଣାଦିନର ପୁରା ତଥ୍ୟ ହାସଲ କରିବାକୁ ଚାହିଁଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ । ଆଉ ଏମାନଙ୍କ ବୟାନ ଆଧାରରେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ପୂରା ତଥ୍ୟ ମେଳ କରିବାକୁ ପ୍ରସ୍ତୁତ ହେଉଛି ଇଡି ।