ଆକାଶ ପାଠକଙ୍କ ବିରୋଧରେ ଅର୍ଥ ତୋଷାରପାତ ମାମଲା : ଝାରପଡା ଜେଲକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ଇଡି ଜେରା କରିବା ନେଇ ସୂଚନା

44

କନକ ବ୍ୟୁରୋ : ଝାରପଡା ଜେଲରେ ଆକାଶ ପାଠକଙ୍କୁ ଜେରା କରୁଛି ଇଡି । ଇଡିର ତିନି ଜଣିଆ ଟିମ୍ ଜେଲରେ ପହଂଚି ଆକାଶ ପାଠକଙ୍କୁ ଜେରା କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଠାରୁ ଅନୁମତି ମିଳିବା ପରେ ଜେଲରେ ପହଂଚିଛି ଇଡିର ୩ଜଣିଆ ଟିମ୍ । ଟାଟାରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗରେ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅଭୟ ପାଠକ ଓ ତାଙ୍କ ପରିବାରକୁ ଜେରା କରାଯାଇସାରିଛି । ଏହା ସହ ମୋଟ୍ ୩୦ ଜଣଙ୍କୁ ଜେରା କରି ସାରିଲାଣି ଇଡି । ଏହି ମାମଲାରେ ଆଗକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଜେରା କରାଯିବ ।