ଭୁବନେଶ୍ୱର ଏମ୍ସରେ ଉଦଘାଟିତ ହେଲା ଏକମୋ ମେସିନ୍  : ଆଗାମୀ ସପ୍ତାହରୁ ମିଳିବ ଚିକିତ୍ସା

207

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଯାଇଛି ଏକମୋ ମେସିନ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକ ଡାକ୍ତର ଗୀତାଞ୍ଜଳି ଏକମୋ ମେସିନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକମୋ ବିଭାଗର ସମସ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଉପସ୍ଥିତ ରହିଥିଲେ । ଏମ୍ସରେ ଏହା ପ୍ରଥମ ଏକମୋ ମେସିନ, ଖୁବଶୀଘ୍ର ଆଉ ଏକ ଏକମୋ ମେସିନ ଅଣାଯିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।

ଆଗାମୀ ଏକ ସପ୍ତାହ ଭିତରେ ହସ୍ପିଟାଲରେ ଏକମୋ ଚିକିତ୍ସା ଆରମ୍ଭ ହେବ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସେମାନଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବ । କରୋନା ଆକ୍ରାନ୍ତଙ୍କ ଫୁସଫୁସ ଅଧିକ ସଂକ୍ରମିତ ହୋଇ ନିଃଶ୍ୱାସ ନେବାରେ ଅସୁବିଧା ହେଲେ ଏକମୋ ମେସିନ ଜରିଆରେ ଚିକିତ୍ସା କରାଯାଏ । ରାଜ୍ୟରେ ଏକମୋ ମେସିନ ନଥିବାରୁ ଏକାଧିକ କରୋନା ରୋଗୀଙ୍କୁ ଏୟାରଲିଫ୍ଟିଂ କରି ବାହାର ରାଜ୍ୟକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏବେ ଏମ୍ସରେ ଏକମୋ ଚିକିତ୍ସା ଆଗାମୀ ସପ୍ତାହରେ ମିଳିବାକୁ ଯାଉଛି, ଯାହା ଦ୍ୱାରା କରୋନା ସଂକ୍ରମିତ, ଫୁସଫୁସ ସଂକ୍ରମଣରେ ପୀଡିତ ରୋଗୀ ଉପକୃତ ହୋଇ ପାରିବେ ।