ମହାମାରୀ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ: ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇଲେ ସତର୍କ; କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା

218

କନକ ବ୍ୟୁରୋ: କରୋନା ଭୂତାଣୁ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ । କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।

ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ
ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ
ସାରା ବିଶ୍ୱକୁ ଘାରିଛି ଚିନ୍ତା

କୋଭିଡ ୧୯ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ଚେତାବନୀ ଦେଇଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି । ଏହାକୁ ଡିଜିଜ-ଏକ୍ସ ବୋଲି କୁହାଯାଉଛି, ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାକ୍ରକ । ୧୯୭୬ମସିହାରେ ଇବୋଲା ଭୂତାଣୁକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୋଫେସର ଜିନ ଜେକ୍ସ ମୁୟେମ୍ବେ କହିଛନ୍ତି ଯେ, ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି । ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟରୁ ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏକ ଏପରି ବିଶ୍ୱରେ ବସବାସ କରୁଛି ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ମୁଁ ଅନୁମାନ କରୁଛି ଯେ, ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ସିଏନଏନର ରିପୋର୍ଟ ଅନୁସାରେ କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଡିଜିଜ-ଏକ୍ସକୁ ଏବେ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ ତେବେ କରୋନା ଭୂତାଣୁ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ଏହାର ସଂକ୍ରମଣ ହେବ । ପ୍ରୋଫେସର ଜିନ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ କରି ଏହି ଭୂତାଣୁକୁ ଇବୋଲା ନାଁ ଦେଇଥିଲେ ।