ଆସନ୍ତା ୩୧ ତାରିଖରେ ପୂର୍ବାଞ୍ଚଳ ପରିଷଦ ବୈଠକ । ଭୁବନେଶ୍ୱରରେ ଏକାଠି ହେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ, ଲୋକସେବା ଭବନରେ ଚାଲିବ ବୈଠକ ।

148

କନକ ବ୍ୟୁରୋ: ଆସନ୍ତା ୩୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀ ସମ୍ମିଳନୀ । ଏହି ବୈଠକରେ ଓଡିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ ଓ ସିକିମର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଲୋକସେବା ଭବନର କନଭେନସନ୍ ହଲ୍ରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ବୈଠକର ୨୪ତମ ସଂସ୍କରଣର ଆୟୋଜନ ଓଡିଶା କରୁଥିବା ବେଳେ ଗତ ୪ ତାରିଖରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତିର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ଅନ୍ୟପଟେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତା ଶାହା ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ହେଲେ ତାଙ୍କ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଲୋକସେବା ଭବନରେ ହେବାକୁଥିବା ଏହି ବୈଠକୁ ନେଇ ସରକାରଙ୍କ ପକ୍ଷରୁ ପୂର୍ବପ୍ରସ୍ତୁତି ଚାଲିଛି । ଆଉ ଅନ୍ୟ ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ରହିଛି ।