ଦିଲ୍ଲୀରେ ଅନଲକ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ ଓ ସେଲୁନ ଖୋଲିବା ନେଇ ଅନୁମତି ।

171

କନକ ବ୍ୟୁରୋ : ଦିଲ୍ଲୀରେ କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନଲକ୍ ପ୍ରକ୍ରିିୟା ଆରମ୍ଭ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଆଜି ଅନଲକ୍ ଗାଇଡ ଲାଇନ ଜାରି କରିଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ ।

ଏହାପୂର୍ବରୁ ଦିଲ୍ଲୀର ବଜାର, ମଲ ଖୋଲିବା ନେଇ ଜାରି ହୋଇଥିବା ଅଡ-ଇଭିନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏବେ ଏକା ସାଙ୍ଗରେ ସମସ୍ତ ବଜାର, ଦୋକାନ ଓ ମଲ ଖୋଲା ଯିବ । ଏହାକୁ ଟ୍ରାଏଲ ଭାବେ ଗୋଟିଏ ସପ୍ତାହ ଚଳାଯାଇ ସଂକ୍ରମଣକୁ ନଜରରେ ରଖାଯିବ ।

ଏହି ଅନଲକ ପ୍ରକ୍ରିୟାରେ ସେଲୁନ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିିଳିଥିଲେ ବି ଏହା ୫୦ ପ୍ରତିଶତ ସିଟିଂ କ୍ଷମତା ସହ ଖୋଲାଯାଇ ପାରିବ ବୋଲି କୁହାଯାଇଛି । ଅନ୍ୟପଟେ ଗୋଟିଏ ମ୍ୟୁନିସପାଲ ଜୋନରେ ଗୋଟିଏ ସାପ୍ତାହିକ ବଜାର ପ୍ରତିଦିନ ଖୋଲି ପାରିବ ବୋଲି କୁହାଯାଇଛି । ଏହାସହ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଥିଲେ ବି ସେଠାକୁ ଶ୍ରଦ୍ଧାଳୁ ମାନଙ୍କୁ ଯିବାକୁ ଅନୁମତି ମିଳିନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏଭଳି ଭାବେ ଯଦି ସଂକ୍ରମଣ ହାର ଖୋଲିବ ତେବେ ତେବେ ଆସନ୍ତା ସପ୍ତାହରୁ ପୁରା ଅନଲକ କରିଦିଆଯିବ ।

ଅନ୍ୟପଟେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱିମିଂ ପୋଲ, ସିନେମା ହଲ, ପବ୍ଲିକ ପାର୍କ, କମ୍ୟୁନିଟି ହଲ, ଷ୍ଟାଡିୟମ, ସ୍ପୋର୍ଟସ୍ କମ୍ପେ୍ଲକ୍ସ ଆଦି ପୂର୍ବଭଳି ବନ୍ଦ ରହିବ ବୋଲି କୁହାଯାଇଛି ।