କନକ ବ୍ୟୁରୋ : ଆଗୁଆ ହେବ ଲୋକସଭା ନିର୍ବାଚନ । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆଗୁଆ ଅର୍ଥାତ୍ ଚଳିତ ବର୍ଷ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର   । ବିହାରର ପାଟନାରେ ଜୁନ୍ ୨୩ ମୋଦୀ ବିରୋଧୀ ନେତାଙ୍କ ମହାବୈଠକ ହେବାର ଅଛି । ଯେଉଁଥିରେ କଂଗ୍ରେସ, ଟିଏମସି, ଆପ୍, ସମାଜବାଦୀ ପାର୍ଟି ସମେତ ୧୫ରୁ ଅଧିକ ବିରୋଧୀ ଦଳ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ଏହା ପୂର୍ବରୁ ନୀତୀଶଙ୍କ ବୟାନ ଜାତୀୟ ରାଜନୀତିକୁ ସରଗମର କରିଛି ।

Advertisment

ପାଟନାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିଶ ସମସ୍ତ ସରକାରୀ ପ୍ରକଳ୍ପ ଆସନ୍ତା ଜାନୁଆରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଯଥାଶିଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବେ ଲୋକସଭା ନିର୍ବାଚନ ହେବ ତାହା କେହି ଜାଣିନାହାଁନ୍ତି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବ ବୋଲି କିଛି ଜରୁରୀ ନାହିଁ । ଯଦି ସମ୍ଭବ ଏହା ପୂର୍ବରୁ ନିର୍ବାଚନ ହୋଇପାରେ ବୋଲି କହିଛନ୍ତି ନୀତୀଶ । ତେଣୁ ବିରୋଧୀଦଳଙ୍କ ବୈଠକରେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି କୁହାଯାଉଛି ।