ପୁଣି ଥରେ ଇ-ନିଲାମି ହେବ ରୋଜଭ୍ୟାଲି ସଂପତି : ଏମଏଫଟିସିକୁ ଚିଠି ଲେଖିଲେ କଟକ ଏଡିଏମ୍

26

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରୋଜଭ୍ୟାଲି ସଂପତିର ଦ୍ୱିତୀୟ ଥର ଇ-ନିଲାମି ପାଇଁ ଏମଏଫଟିସିକୁ ଚିଠି ଲେଖିଛନ୍ତି କଟକ ଏଡିଏମ୍ ବିଭୁତି ଭୂଷଣ ଦାସ । ମେ ୩୧ରେ ଏହି ଇ-ନିଲାମି କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛିି । ଗତ ୪ ତାରିଖରେ ରୋଜଭ୍ୟାଲିର ପ୍ରଥମ ଇ-ଅକ୍ସନ ହୋଇଥିଲା । ତେବେ ଏହି ନିଲାମିରେ କୌଣସି ବିଡର ସାମିଲ ହୋଇନଥିଲେ । ଯାାହକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଥର ପାଇଁ ଏହି ଇ-ଅକ୍ସନ କରାଯିବ । ଚିଟଫଣ୍ଡ ଦୁର୍ନୀତିର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ୨୦୧୫ରେ ରୋଜଭ୍ୟାଲିର ସ୍ଥାବର, ଅସ୍ଥାବର ସଂପତିକୁ ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ ।