କନକ ବ୍ୟୁରୋ : ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଇନଷ୍ଟଗ୍ରାମରେ ଦୁଷ୍କର୍ମ ଧମକ ମିଳୁଛି । ମାଲିୱାଲଙ୍କୁ ଦୁଇଟି ଅଲଗା ଅଲଗା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଧମକ ମିଳୁଛି । ଏହି ଦୁଇଜଣ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସ୍ୱାତୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଦୁଷ୍କର୍ମ ଧମକ ଦେଉଛନ୍ତି । ଏନେଇ ସ୍ୱାତୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

Advertisment

ସ୍ୱାତୀ ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଦୁଇଟି ଯାକ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସର୍ଟ ବି ସେୟାର କରିଛନ୍ତି । ସେ ଲେଖିଛନ୍ତି କି ଯେବେ ଠାରୁ ସେ ସାଜିଦ ଖାନଙ୍କୁ ବିଗବସରୁ ବାହାର କରିବା ନେଇ ଚିଠି ଲେଖିଛନ୍ତି ସେବେଠାରୁ ତାଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳୁଛି ।

ସୂଚନା ଥାଉକି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଗୋଟିଏ ଦିନ ପୂର୍ବରୁ ଏକ ଚିଠି ଲେଖିଥିଲେ । ଏଥିରେ ସେ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା ସାଜିଦ ଖାନଙ୍କୁ ରିୟଲିଟି ଶୋ ବିଗ୍ ବସରୁ ହଟେଇବାକୁ ଦାବି କରିଥିଲେ । ଏହାର କାରଣ ଭାବେ ସେ ଲେଖିଛନ୍ତି କି ୨୦୧୮ ମସିହାରେ ସାଜିଦ ଖାନଙ୍କ ବିରୋଧରେ ଫିଲ୍ମ ଇଣ୍ଡଷ୍ଟ୍ରିଜର ଅନେକ ମହିଳା ସେକ୍ସୁଆଲ ହାରାସମେଣ୍ଟ ଅଭିଯୋଗ ଆଣିଥିଲେ ।