ଦୂତୀଙ୍କୁ ହୋଇଥିଲା କ୍ୟାନସର । କହିଲେ, ମୋ ପ୍ରତି ହୋଇଛି ଅନ୍ୟାୟ, ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ମିଳିବ ନ୍ୟାୟ ।

ଦୂତୀଙ୍କୁ ହୋଇଥିଲା କ୍ୟାନସର । କହିଲେ, ମୋ ପ୍ରତି ହୋଇଛି ଅନ୍ୟାୟ, ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ମିଳିବ ନ୍ୟାୟ ।

କନକ ବ୍ୟୁରୋ : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ୪ ବର୍ଷ ପାଇଁ ବାସନ୍ଦ ହେବା ପରେ ତାଙ୍କୁ କ୍ୟାନସର ହୋଇଥିବା କହିଛନ୍ତି ଦୂତୀ । ତାଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ ।

କ୍ୟାନସର ହୋଇଥିବା ଜାଣିବା ପରେ ପ୍ରଥମରୁ ହିଁ ଦୂତୀଙ୍କର ଚିକିତ୍ସା ହୋଇଥିଲା । ତେବେ କର୍କଟ ରୋଗ କୌଣସି ଟିସୁଙ୍କୁ ବ୍ୟାପିନଥିବା କହିଛନ୍ତି ଦୂତୀ । ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ଖେଳ ଛାଡିଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ଔଷଧ ଖାଇବା ପରେ ଯନ୍ତ୍ରଣା କମ ହୋଇଥିଲା । ନିୟମିତ ଚିକିତ୍ସା ପରେ ରୋଗରୁ ଉପଶମ ମିଳିଥିବା କହିଛନ୍ତି ଦୂତୀ । ଏହାପରେ ନାଡା ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତୀ ।
ଏହାସହ ବାସନ୍ଦକୁ ନେଇ ଦୂତୀ କହିଛନ୍ତି, ଏଥିପାଇଁ ମୁଁ ବହୁତ ଦୁଃଖିତ । ଅଲିମ୍ପିକ୍ସରୁ ଫେରିବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପରେ ଉପଶମ ମିଳିଛି । ଡାକ୍ତରଙ୍କ ପରାମର୍ଶରେ ୧୦ ଦିନ ଔଷଧ ଖାଇଛି । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe