ମା’ ଆସୁଛନ୍ତି ! ଶାରଦୀୟ ଦୂର୍ଗାପୁଜା ପାଇଁ ସବୁଠି ଉତ୍ସବର ପରିବେଶ

113

କନକ ବ୍ୟୁରୋ : ଆସୁଛନ୍ତି ମା’ । ଶାଦୀୟ ଦୂର୍ଗାପୁଜା  ସବୁଠି ଉତ୍ସବର ପରିବେଶ । ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ମା’ଙ୍କ ଷୋଡଷ ଉପଚାର ପୂଜା । ଏଣେ ମଣ୍ଡପରେ ଦୁର୍ଗତିନାସିନୀଙ୍କ ପୂଜା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । କଳାହାଣ୍ଡିରେ ଉଭୟ ଦୂର୍ଗାପୂଜା ଓ ମା’ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି କଟକ ସାଲେପୂରରେ ବନଦୂର୍ଗାଙ୍କ ପୂଜା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

durga ଆସିଛି ପାର୍ବଣ । ଧରାପୃଷ୍ଠକୁ ଆସୁଛନ୍ତି ମହିଷାମର୍ଦ୍ଦିନୀ ମା’ ଅମ୍ବିକା । ନବରାତ୍ରୀ ଦୂର୍ଗାପୁଜା ଓ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାକୁ ନେଇ ଉତ୍ସବ ମୁଖର ଭବାନୀପାଟଣା ସହର । ଶାରଦୀୟ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଶକ୍ତିପୀଠରେ ଶକ୍ତିସୂରୁପିଣୀଙ୍କ ଶୋଡଷ ବିଧି ଚାଲିଥିବା ବେଳେ ମଣ୍ଡପରେ ମା’ଙ୍କ ମୂର୍ଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଓ ଆଲୋକ ସାଜସଜା ଉପରେ ଗୁରୁତ୍ୱ ଦେଉଛନ୍ତି ପୂଜା କମିଟି ।

ପୂଜା ସମୟରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଜିଲ୍ଲା ପୁଲିସ । ପୂଜାକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ ପ୍ରସ୍ତୁତି ବୈଠକ କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି । ସାରା ରାଜ୍ୟରେ ପାପ ଉପରେ ପୂଣ୍ୟର ବିଜୟ ସୂଚକ ମା’ ହିଁ ସକଳ ଶକ୍ତିର ଆଧାର ଭାବେ ମା’ ଦୂର୍ଗା ପୂଜା ପାଉଥିବା ବେଳେ କଟକ ସାଲେପୁର ନିଶ୍ଚିନ୍ତ କୋଇଲିରେ ପୂଜା ପାଆନ୍ତି ବନଦୁର୍ଗା । ଏଠାରେ ମା’ ବନଦୁର୍ଗାଙ୍କ ସହ ରାମ, ଲକ୍ଷ୍ମଣ ଓ ହନୁମାନ ପୂଜା ପାଇଥାନ୍ତି ।