ଧନୀ ଭାରତୀୟଙ୍କ ପସନ୍ଦ ଦୁବାଇ ସହର, ନଜର ପକାନ୍ତୁ ଏହା ପଛରେ କଣ ରହିଛି କାରଣ

170

କନକ ବ୍ୟୁରୋ: ଦୁବାଇରେ ଘର କିଣୁଛନ୍ତି ଧନୀ ଭାରତୀୟ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ଖର୍ଚ୍ଚ କରିଛନ୍ତି ୩୫ ହଜାର ୫୦୦ କୋଟି ଟଙ୍କା । ବିଳାସପୂର୍ଣ୍ଣ ଜୀବନଯାପନ, ଆଲିସାନ ଘର ପାଇଁ ପାଣି ଭଳିି ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ । ବିଶ୍ୱର ସବୁଠୁ ବଡ ଅଟ୍ଟାଳିକା ବୁର୍ଜ ଖଲିଫା ସହ ଅନ୍ୟ ବଡ ବଡ ଆପାର୍ଟମେଣ୍ଟରେ ଭାରତୀୟମାନେ ଘର କିଣୁଥିବା ଦେଖିବାକୁ ମିଳିଛି । ୨୦୨୨ରେ ୧୬ ମିଲିୟନ ଦିରହାକ୍ସ ଅର୍ଥାତ ୩୫ ହଜାର ୫୦୦ କୋଟି ଟଙ୍କା ଭାରତୀୟମାନେ ଘର କିଣିବା ବାବଦକୁ ଖର୍ଚ୍ଚ କରିଥିବା ସୂଚନା ମିଳିଛି ।

୨୦୨୧ ତୁଳନାରେ ୨୦୨୨ରେ ଘର କିଣିବାରେ ଦୁଇ ଗୁଣା ଅଧିକ ଖର୍ଚ୍ଚ କରିଛନ୍ତି ଧନୀ ଭାରତୀୟ । ବିଶେଷ କରି ଦିଲ୍ଲୀ-ଏନସିଆର, ଅହମ୍ମଦାବାଦ, ସୁରଟ, ହାଇଦ୍ରାବାଦ, ପଞ୍ଜାବବାସୀ ସେଠାରେ ଅଧିକ ଘର କିଣୁଥିବା ଦେଖିବାକୁ ମିଳିଛି । ବିଶ୍ୱରେ ବିଭିନ୍ନ ଦେଶରେ ୨୦ପ୍ରତିଶତ ବସବାସ କରୁଥିବା ବେଳେ ଦୁବାଇରେ ୪୦ପ୍ରତିଶତ ଭାରତୀୟ ବସବାସ କରୁଥିବା ନେଇ ସୂଚନା ମିଳିଛି । ଘର ଗୁଡିକର ହାରାହାରି ମୂଲ୍ୟ ସାଢେ ୩ କୋଟିରୁ ୪ କୋଟି ଟଙ୍କା ରହିଛି । ଏବଂ ମାସିକ ଭଡା ୩ ଲକ୍ଷରୁ ସାଢେ ୩ ଲକ୍ଷ ରହିଛି । ତବେ କାହିଁକି ଭାରତୀୟ ଧନୀମାନଙ୍କୁ ଦୁବାଇ ସହର ବେଶି ଆକର୍ଷିତ କରୁଛି ନଜର ପକାନ୍ତୁ।

– କାହିଁକି ଧନୀ ଭାରତୀୟଙ୍କ ପସନ୍ଦ ଦୁବାଇ ସହର?
– ବିଳାସପୂର୍ଣ୍ଣ ଜୀବନ ବଂଚିବାର ସଉକ୍ ଆକର୍ଷିତ କରୁଛି
– ପର୍ଯ୍ୟଟନ ଓ ଉଦ୍ୟୋଗ ଭାରତୀୟଙ୍କୁ ଆକର୍ଷିତ କରୁଛି
– ବ୍ୟବସାୟ ପାଇଁ ଉପଯୁକ୍ତ ପରିବେଶ ରହିଛି
– ଭାରତ ତୁଳନାରେ ଦୁବାଇରେ ବ୍ୟବସାୟ କରିବା ସହଜ
– ବିଶ୍ୱସ୍ତରୀୟ ଭିତିଭୂମି ବିଶ୍ୱ ସମୁଦାୟକୁ ଆକର୍ଷିତ କରୁଛି
– ପ୍ରତିଭାବାନ ଲୋକଙ୍କୁ କାମ କରିବାର ସୁଯୋଗ ରହିଛି
– ବିଶ୍ୱ ବାଣିଜ୍ୟକୁ ଆକର୍ଷିତ କରିବା ପାଇଁ ଉପଯୁକ୍ତ ସହର