ନ୍ୟୁୟର୍କରୁ ଆସୁଥିବା ଆମେରିକା ଏୟାରଲାଇନ୍ସରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ଯାତ୍ରୀଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ ଯାତ୍ରୀ ।

118

କନକ ବ୍ୟୁରୋ: ଇଣ୍ଡିଆନ ଏୟାରଲାଇନ୍ସ ପରି ଏବେ ଆମେରିକା ଏୟାରଲାଇନ୍ସରେ ଘଟିଛି ଅଜବ ଘଟଣା । ଦିଲ୍ଲୀ ଆସୁଥିବା ଆମେରିକା ଏୟାରଲାଇନ୍ସରେ ଜଣେ ନିଶାସକ୍ତ ଯାତ୍ରୀ ଅନ୍ୟଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି । ବିମାନଟି ଅ ତରଣ କରିବା ପରେ ନିଶାସକ୍ତ ଯାତ୍ରୀକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ୯.୧୬ରେ ନ୍ୟୁୟର୍କରୁ ଉଡ଼ାଣ ଆରମ୍ଭ କରିଥିବା ‘ଆମେରିକାନ୍‌ ଏୟାର୍‌ଲାଇନ୍‌ସ୍‌’ର ଏଏ୨୯୨ ବିମାନ ୧୪ ଘଣ୍ଟା ୨୬ ମିନିଟ୍‌ ପରେ ଅର୍ଥାତ୍‌ ଶନିବାର ରାତି ୧୦.୧୨ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିଥିଲା। ଅଭିଯୁକ୍ତ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଏକ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେସଳେ ସେ ପରିସ୍ରା କରିପକାଇଥିଲେ। ତାଙ୍କ ପରିସ୍ରା ଗଡ଼ି ଆସି ଜଣେ ସହଯାତ୍ରୀଙ୍କ ଉପରେ ପଡ଼ିବାରୁ ସେ କ୍ରୁ’ଙ୍କ ନିକଟରେ ଅଭିଯୋଗ କରିଥିଲେ।

ତା’ପରେ ଛାତ୍ରଜଣକ କ୍ଷମାଭିକ୍ଷା କରିଥିଲେ। ଅଭିଯୋଗକାରୀ ମଧ୍ୟ ଏହି ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବାକୁ ଆଗ୍ରହୀ ନ ଥିଲେ। କିନ୍ତୁ, କ୍ରୁ’ମାନେ ଏ କଥା ପାଇଲଟ୍‌ଙ୍କୁ କହିଦେଇଥିଲେ। ପାଇଲଟ୍‌ ଏ ବିଷୟରେ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ର ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ଙ୍କୁ ଅବଗତ କରାଇଥିଲେ।

‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ ‘ସିଆଇଏସ୍‌ଏଫ୍‌’ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇବାରୁ ସେମାନେ ଅଭିଯୁକ୍ତ ଯାତ୍ରୀଙ୍କୁ ଧରି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛନ୍ତି।