ଗଳି ଗଳିରେ ବ୍ରାଉନସୁଗାର । ଭୁବନେଶ୍ୱରରେ ଧଳା ଜହରର ପୁଡିଆ ବିକ୍ରି । ଜନତା ତାତିଲେ, ବେପାରି ଧରାପଡିଲେ ।

280

କନକ ବ୍ୟୁରୋ : ରାଜଧାନୀରେ ନିଶା କାରବାର ବଢିବାରେ ଲାଗିଛି । ଡ୍ରଗସ, ଗଂଜେଇ, ବ୍ରାଉନସୁଗାର ବେପାର ବେଧଡକ ଚାଲିଛି ରାଜଧାନୀ ଭୁବନେଶ୍ୱରରେ । କଲେଜ ପଢୁଆ ଯୁବକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ବର୍ତମାନ ଏହି ନିଶା କବଳରେ । ତେବେ ଏହି ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଅଂଟା ଭିଡିଛନ୍ତି ରସୁଲଗଡ ଅଂଚଳର ସ୍ଥାନୀୟ ବାସିନ୍ଦା । ଖୋଜି ଖୋଜି ଡ୍ରଗସ ବେପାରିଙ୍କୁ କାବୁକରି ପୁଲିସ ପାଖରେ ଜିମା ଦେଉଛନ୍ତି ।

ଆଜି ଜଣେ ଡ୍ରଗସ ବେପାରିକୁ ଟାର୍ଗେଟ୍ କରି ମିଳିମିଶି କାବୁକରିଛନ୍ତି ସ୍ଥାନୀୟ ବାସିନ୍ଦା । ଉକ୍ତ ବେପାରିକୁ କାବୁ କରିବା ସହ ସେହି ବେପାରିଙ୍କ ଠାରୁ ଡ୍ରଗସ କିଣିବା ପାଇଁ ଆସିଥିବା ଜଣେ ଗ୍ରାହକଙ୍କୁ ମଧ୍ୟ କାବୁ କରିଛନ୍ତି । ବେପାରି ଜଣକ ଖୋର୍ଦ୍ଧାରୁ ବ୍ରାଇନସୁଗାର ଆଣି ଭୁବନେଶ୍ୱରରେ ପୁଡିଆ ଗୋଟାକୁ ୫୦୦ ଟଙ୍କାରେ ବିକ୍ରି କରିଥିବା ନେଇ କ୍ୟାମେରା ଆଗରେ ସ୍ୱୀକାର ମଧ୍ୟ କରିଛି । କାବୁ କରିଥିବା ଉଭୟ ବେପାରିଙ୍କୁ ମଂଚେଶ୍ୱର ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି ।