କନକ ବ୍ୟୁରୋ : ପାଣି ଅଭାବରୁ ଶୁଖିଗଲାଣି ଗଛ । ଚାଷ ଜମି ଶୁଖିଲା ପଡିଥିବା ବେଳେ ଭୂଇଁ ଫାଟି ଆଁ କରିଛି । କିଛି ସ୍ଥାନରେ ଅମଳ ସମୟ ଥିବାବେଳେ କିଛି ସ୍ଥାନରେ କେଣ୍ଡା ଧରିଆସୁଥିଲା । ହେଲେ ପାଣି ଅଭାବରୁ ଧାନ କେଣ୍ଡା ପୋଡି ନଷ୍ଟ ହୋଇଯାଇଛି । ଯାହାର ପ୍ରତିବାଦ କରିଛନ୍ତି ଚାଷୀ ମାନେ । ଗଂଜାମ ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଏହିଭଳି ସ୍ଥିତି ଉପୁଜିଛି । ଯାହାର ପ୍ରତିବାଦ କରିବା ସହ ସରଧାପୁର ହିରାଖଣ୍ଡି ଗାଁର ଚାଷୀ ମାନେ ଏକାଠି ହୋଇ ଚାଷ ଜମିରେ ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି । ଶୁଖିଲା ପଡିଥିବା ଚାଷ ଜମିରେ ଗୋରୁ ଗାଈ ଛାଡି ଦେଇ ବିରୋଧ କରିଛନ୍ତି ବିଭିନ୍ନ ଅଂଚଳର ଚାଷୀ । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲକୁ ପୁରା ଉଜାଡି ଦେଇଛି । ରୁଆ ଯାଇଥିବା ଧାନ ଗଛ ସମ୍ପୁର୍ଣ୍ଣ ପୋଡି ଯାଇଥିବା ବେଳେ ଚାଷୀ ମୁଣ୍ଡରେ ଚଡକ ପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଚାଷ ପାଇଁ ବିଭିନ୍ନ ସ୍ଥାନରୁ ଧାର କରଜ କରିଥିଲା ଚାଷୀ । ହେଲେ ଏବେ କେଣ୍ଡ ସବୁ ପୋଡି ଯାଇଥିବା ବେଳେ ଜମି ପଡିଆ ପଡିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ସମସ୍ରା ଜଣାଇ ନିରଶ ହୋଇଛି । ଚାଷୀର ଦୁଃଖ ଶୁଣିବାକୁ କେହିନଥିବା ବେଳେ ଏବେ ଚାଷୀ ବର୍ଷକର ଆହର ଉଜୁଡି ଯାଇଛି । ପରିବାର କିଭଳି ଚଳିବ ଓ ଋଣ କିଭଳି ସୁଝିବ ଓ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ କୁଳ ।
ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷ ନଷ୍ଟ ହୋଇଯାଉଥିବା ବେଳେ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ସହ ଅଂଚଳକୁ ମରୁଡି ଘୋଷଣା ଓ ବ୍ୟାଙ୍କ ରୁଣ ଛାଡ କରିବା ପାଇଁ ଦାବି କରିଛନ୍ତି ଚାଷୀ ମାନେ ।।