ଆକାଶ ମାର୍ଗରୁ ପହଞ୍ଚିବ ଡାକ୍ତରୀ ସୁବିଧା ! ଏଣିକି ଡ୍ରୋନ ଯୋଗାଇଦେବ ଔଷଧ, ବ୍ଲଡ ରିପୋର୍ଟ ଭଳି ଅନ୍ୟାନ ସୁବିଧା ।

30

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ହାଇଦ୍ରାବାଦ (ଆଇଆଇପିଏଚ-ଏଚ)ର ବିଶେଷଜ୍ଞ ମାନେ ଡ୍ରୋନ ବିତରଣ ପ୍ରଣାଳି ଉପରେ କାମ କରୁଛନ୍ତି । ସଡକ ଦ୍ୱାରା ଯାତାୟତ ହେଉଥିବା ବାହନ ମାନଙ୍କ ଠାରୁ ଏହି ପ୍ରଣାଳି ଅଧିକ ପ୍ରଭାବଶାଳି ହେବାର ସମ୍ଭାବନା ରହିଛି ।

ଆଇଆଇପିଏଚ-ଏଚ ସହାୟକ ପ୍ରଫେସର ଏବଂ ଯୋଜନାର ସମନୋୟକର ସୁରେସ ମୁନୁସ୍ୱାମୀଙ୍କ କହିବା ଅନୁସାରେ, “ଡିଜିଟାଲ ଡ୍ରୋନ ବେସ୍ଡ ରିୟଲ ଟାଇମ ମେଡିକାଲ ମଡ୍ୟୁଲର ଲାଞ୍ଜିଷ୍ଟିକ ସିଷ୍ଟମ” ମଣ୍ଡଳରେ ଡ୍ରୋନର ବ୍ୟବହାର କରି ଚିକିତ୍ସ୍ୟକ ଉତ୍ପାଦକୁ ଆବଶ୍ୟକ ସ୍ଥଳରେ ପହଞ୍ଚାଇବା ପାଇଁ ପରିକଳ୍ପନା କରାଯାଇଛି । ସେ କହିଛନ୍ତି ଏହା ମାଧ୍ୟମରେ ରକ୍ତର ନମୁନା, ଟିକା, ଔଷଧ ଭଳି ଅନ୍ୟ ଚିକିତ୍ସ୍ୟକ ଦ୍ରବ୍ୟକୁ ବିତରଣ କରାଯାଇପାରିବ । ଏନେଇ ମୁନୁ ସ୍ୱାମୀ କହିଛନ୍ତି ସଂସ୍ଥା ଏବେ ଡ୍ରୋନର ଡିଜାଇନ ଉପରେ କାମ କରୁଛି । ଏଥିରେ ଡ୍ରୋନ କେତେ ଦୁର ଯାଏ ଯାଇପାରୁଛି, ଡ୍ରୋନ କେତେ ଓଜନ ଉଠାଇବାର କ୍ଷମାତା ରଖିଛି, ଏହାର ଆକାର, ଆଦି ଉପରେ ଗୁରୁତ୍ୱ ଦିଆଯାଉଛି ।

ନିୟମ ଅନୁଯାୟୀ, ଏହି ଡ୍ରୋନର ପରିକ୍ଷା ପାଇଁ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଏହି ଡ୍ରୋନକୁ ସରକାର ବ୍ୟବହାର କରିବା ଉପରେ କୌଣସି ରୋକ ଲଗାଯିବ ନାହିଁ । କିନ୍ତୁ କୌଣସି ସାଧାରଣ ବ୍ୟକ୍ତି କିମ୍ବା ଏନଜିଓ ଏହାକୁ ବ୍ୟବହାର କରିପାରିବେ ନାହିଁ ।