କନକ ବ୍ୟୁରୋ: ରୁଷିଆ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ । ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିଛି । ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହାରି ଭିତରେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଛି ମସ୍କୋ । ସୋମବାରଠୁ ରୁଷ ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ଡ୍ରୋନରେ ଆକ୍ରମଣ କରୁଥିବା କ୍ରେମଲିନ ଦାବି କରିଛି । ଦକ୍ଷିଣ ଓ ପଶ୍ଚିମ ରୁଷିଆର ବିଭିନ୍ନ ଅଞ୍ଚଳରେ ଏବଂ ୟୁକ୍ରେନ-ରୁଷିଆ ସୀମା ନିକଟର ବିଭିନ୍ନ ଜାଗାରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ରୁଷିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଡ୍ରୋନ ଆକ୍ରମଣରେ କେହି ଆହତ ହୋଇନାହାନ୍ତି । ମଙ୍ଗଳବାର ରାତି ସାରା ୟୁକ୍ରେନ ପକ୍ଷରୁ ଲଗାତର ଡ୍ରୋନରେ ଆକ୍ରମଣ କରାଯାଇଛି । ଖୋଦ୍ ମସ୍କୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ବେଳେ ଏହାକୁ ବିଫଳ କରାଯାଇଥିବା ମସ୍କୋ କହିଛି ।

Advertisment

ରୁଷିଆର ବିିଭିନ୍ନ ଅଞ୍ଚଳରେ ଡ୍ରୋନ ଆକ୍ରମଣ

  • ସୋମବାର ସାରା ରାତି ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ
  • ଦକ୍ଷିଣ ଓ ପଶ୍ଚିମ ରୁଷର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଆକ୍ରମଣ
  • ଡ୍ରୋନ ଆକ୍ରମଣରେ କେହି ଆହତ ହୋଇନଥିବା ସୂଚନା
  • ଦକ୍ଷିଣ ରୁଷ କ୍ଷେତ୍ରର ଜନବହୁଳ ଅଞ୍ଚଳକୁ ଟାର୍ଗେଟ କରିଛି ୟୁକ୍ରେନ
  • ମଙ୍ଗଳବାର ରାତି ତମାମ ଆକ୍ରମଣ କରିଛି ୟୁକ୍ରେନ
  • କଡ଼ା ସୁରକ୍ଷା ବଳୟ ଭିତରେ ଥିବା ବିଭିନ୍ନ ସ୍ଥାନରେ ଆକ୍ରମଣ
  • ମସ୍କୋର ଜନବହୁଳ ସ୍ଥାନ କ୍ରାସ୍ନୋଡାର ଏବଂ ଆଦିଗିଆରେ ଡ୍ରୋନ ଆକ୍ରମଣ
  • ୟୁକ୍ରେନର ଆକ୍ରମଣକୁ ବିଫଳ କରିଥିବା କ୍ରେମଲିନର ଦାବି
  • ପାଲଟା ଆକ୍ରମଣ କରି ୟୁକ୍ରେନର ଡ୍ରୋନକୁ ଧ୍ୱଂସ କରିଥିବା କ୍ରେମଲିନର ଦାବି
  • ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି
  • ଏହି ଫଟୋ ଗୁଡିକ ୟୁକ୍ରେନ ଡ୍ରୋନର ବୋଲି କ୍ରେମଲିନ ଦାବି କରୁଛି
  • ମସ୍କୋଠୁ ୧୦୦ କିଲୋମିଟର ଦୂରରେ ଥିବା ଗୁଭାସ୍ତୋରେ ନଷ୍ଟ ହୋଇ ପଡିଛି ୟୁକ୍ରେନ ଡ୍ରୋନ
  • ଏହା ୟୁଜେ-୨୨ ଏୟାରବର୍ଣ୍ଣ ଓ ୟୁକ୍ରେନର ନିଜସ୍ୱ ନିର୍ମିତ ଡ୍ରୋନ ବୋଲି କ୍ରେମଲିନ କହିଛି