ଡ୍ରାଇଭର ଆନ୍ଦୋଳନ : ରୁଲିଂ ଦେଲେ ବାଚସ୍ପତି । ଡ୍ରାଇଭରଙ୍କ ସହ ଆଲୋଚନା ପାଇଁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

1,046

କନକ ବ୍ୟୁରୋ : ଗୃହକୁ ଗରମ କଲା ଡ୍ରାଇଭରଙ୍କ ଆନ୍ଦୋଳନ ତାତି । ଡ୍ରାଇଭର ଆନ୍ଦୋଳନ ନେଇ ତେଜୁଥିବା ବେଳେ ରୁଲିଂ ଦେଇଛନ୍ତି ବାଚସ୍ପତି । ଡ୍ରାଇଭରଙ୍କ ସହ ଆଲୋଚନା ପାଇଁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଆଲୋଚନା କରି ଏନେଇ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ମନ୍ତ୍ରୀ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତିା

ଏପଟେ ସାରା ରାଜ୍ୟରେ ତେଜିବାରେ ଲାଗିଛି ଡ୍ରାଇଭର ଆନ୍ଦୋଳନ । ଦିନରାତି ଆନ୍ଦୋଳନରେ ଡ୍ରାଇଭର ସଂଘ ବସିଥିବା ବେଳେ ଏହି ଆନ୍ଦୋଳନ ଯୋଗୁ ବେଶ ପ୍ରଭାବିତ ହୋଇଛି ଜନଜୀବନ । ବିଭିନ୍ନ ସ୍ଥାନରେ ମିଳୁନି ପେଟ୍ରୋଲ । ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ଥିବା ବେଳେ ଅସୁବିଧା ଭୋଗୁଛନ୍ତି ଲୋକେ । ତେଲ ଟାଙ୍କିକୁ ଯାଇ ନିରାଶ ହୋଇ ଫେରୁଛନ୍ତି ଲୋକେ ।