ପ୍ଲାଷ୍ଟିକ ପାଣି ବୋଟଲର ତଳେ ଦିଆଯାଇଥାଏ ପ୍ଲାଷ୍ଟିକର ଗ୍ରେଡ଼୍ ! ଏହାର ଅର୍ଥ କ’ଣ ଆସନ୍ତୁ ଜାଣିବା . . . . .

102

ବତ୍ତର୍ମାନ ସମୟରେ ସିଲ ହୋଇଥିବା ପାଣି ବୋଟଲ ବିଶୁଦ୍ଧ ବୋଲି ସମସ୍ତେ ଚିନ୍ତା କରନ୍ତି । ଅଧିକରୁ ଅଧିକ ସହରୀ ଲୋକେ କିଣା ପାଣି ବୋଟଲ ବ୍ୟବହାର କରିବା ଅଧିକ ସୁରକ୍ଷିତ ବୋଲି ଭାବୁଛନ୍ତି । ଆଉ ଅଧିକ କିଣା ପାଣି ବ୍ୟବହାର ମଧ୍ୟ କରୁଛନ୍ତି । ତେବେ ଲୋକଙ୍କ ଏପରି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ । ବେଙ୍ଗାଲୁରୁ ଇନଷ୍ଟିଟ୍ୟୁଟ୍ ଅଫ ସାଇନ୍ସର କିଛି ଅଧ୍ୟୟନକର୍ତ୍ତା ଏନେଇ ଅଧ୍ୟୟନ କରିଥିଲେ । ଅଧ୍ୟୟନ ଅନୁସାରେ କିଣା ତଥା ସିଲ ପାଣି ବୋଟଲରେ କ୍ୟାସନରଜନକ ତତ୍ତ୍ୱ୍ୱ ଥାଏ, ଯାହା ପରେ ଘାତକ ସାବ୍ୟସ୍ତ ହୋଇପାରେ । ଆମେ ବର୍ତ୍ତମାନ ଏତେ ଆଧୁନିକ ହୋଇଗଲେଣି ଯେ ପାଣି ବି କିଣିକି ପିଇବା ପାଇଁ ପସନ୍ଦ କରୁଛନ୍ତି ।

ଏବେ ବସଷ୍ଟାଣ୍ଡ, ରେଳୱେ ଷ୍ଟେସନ୍ ଭଳି ସ୍ଥାନମାନଙ୍କରେ ବିଭିନ୍ନ ବ୍ରାଣ୍ଡର ପାଣି ବୋଟଲ ମିଳୁଛି । ପୂର୍ବରୁ ଆମେ ବାହରକୁ ଯାଉଥିଲେ ହାତରେ ଯେମିତି ହେଲେ ପାଣି ବୋଟଲ ଗୋଟିଏ ଘରୁ ନେଇକି ଯାଉଥିଲେ । କିନ୍ତୁ ବତ୍ତର୍ମାନ ସମୟରେ ପାଖରେ ସମୟ ଥିଲେ ମଧ୍ୟ ଦୋକନ ବଜାରରେ କିଣା ପାଣି ଉପଲବ୍ଧ ଥିବାରୁ ଆମେ ଆଉ ଘରୁ ପାଣି ନେବାକୁ ପସନ୍ଦ କରୁନାହାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପାଣି ବୋଟଲୁ ଶୋଷ ମେଂଟାଇବା ପାଇଁ ସିନା ଆମେ ପାଣି ପଉଛୁ, କିନ୍ତୁ ଅଜାଣତରେ ଅନେକ ଭୟଙ୍କର ରୋଗକୁ ନିମନ୍ତ୍ରଣ ମଧ୍ୟ ଦେଉଛୁ । ଆବଶ୍ୟକସ୍ଥଳେ ଏପରି ପାଣି ବ୍ୟବହାର କଲେ ମଧ୍ୟ ଏନେଇ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଅନେକ ବଡ଼ ଓ ସାଧାରଣ ବ୍ରାଣ୍ଡର ବୋତଲବନ୍ଦ ପାଣି ଉପରେ ଅଧ୍ୟୟନ କରାଯାଇଥିଲା । ପରିଣାମ ସୂରୁପ ଜଣାପଠିଛି ବୋଟଲରେ ସଂଗୃହିତ ହୋଇ ବିକ୍ରି ହେଉଥିବା ପାଣି, ମଣିଷ ଶରୀର ପାଇଁ କ୍ଷତିକାରକ । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଯେତେବେଳେ  ଆପଣ ପାଣି ବୋଟଲ ନେଇ ଯାତ୍ରା କରନ୍ତି, ବୋତଲ ଡାଇଅକ୍ସିନ୍ ଓ ବିଭିନ୍ନ ପ୍ରକାର କ୍ଷତିକାରକ ରସାୟନ ପଦାର୍ଥ ନିର୍ଗତ କରେ । ଏଥିରେ ଥାଏ କ୍ୟାନସର ଉତ୍ପର୍ଣ୍ଣକାରୀ ତତ୍ତ୍ୱ ଥାଏ । ଅନ୍ତରାଷ୍ଟ୍ରୀୟ ଅଧ୍ୟୟନ ଅନୁସାରେ ଜଣାପଡ଼ିିଛି ତରଳ ପଦାର୍ଥ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଗ୍ରେଡ଼ ଯାଂଚ କରିବା ଦରକାର । ଅଧିକାଂଶ ବୋଟଲ ଗୋଟିଏ ଗ୍ରେଡ଼ର ଥାଏ । ତେବେ ଆସନ୍ତୁ ଜାଣିବା ପ୍ଲାଷ୍ଟିକର ବିଭିନ୍ନ ଗ୍ରେଡ଼ର ଅର୍ଥ କ’ଣ ?

PETE 1 – ଏହି ଗ୍ରେଡ଼ର ପ୍ଲାଷ୍ଟିକ ବହୁଳ ରୂପେ ବ୍ୟହାର କରାଯାଏ । ମାର୍କେଟରେ ଏହି ପ୍ରକାରର ପ୍ଲାଷ୍ଟିକ ଅଧିକ ବ୍ୟବହାର କରାଯାଏ । କିଛି ସମୟ ଧରି ଏହି ଗ୍ରେଡ଼ର ପ୍ଲାଷ୍ଟିିକ ବ୍ୟବହର କିଛିିି କ୍ଷତି ସୃଷ୍ଟି କରେ ନାହିଁ । କିନ୍ତୁ ଅନେକ ସମୟ ଧରି ବ୍ୟବହାର କରିବା ଦ୍ୱାରା ଏହି ଗ୍ରେଡ଼ର ପ୍ଲାଷ୍ଟିିକ୍ ହାନିକାରକ ସାବ୍ୟସ୍ତ ହୋଇଥାଏ ।

HDPE 2 –  HDPE 2  ଗ୍ରେଡ଼ର ପ୍ଲାଷ୍ଟିକ ମଧ୍ୟ ଅଧିକ ବ୍ୟବହାର କରାଯାଏ । ଗ୍ରୋସେରୀ ବ୍ୟାଗ୍ , ଜୁସ ଡବା, ସାମ୍ପୋ, ଡିଟରଜେଣ୍ଟ  ଆଦିରେ ଏହି ଗ୍ରେଡ଼ର ପ୍ଲାଷ୍ଟିକ ବ୍ୟହାର କରାଯାଏ । ଏହି ପ୍ରକାର ପ୍ଲାଷ୍ଟିକ ସୁରକ୍ଷିତ ବୋଲି କୁହାଯାଏ । କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଏହା ବିଷାକ୍ତ ପଦାର୍ଥ ନିର୍ଗତ କରେ ।

PVC 3 – ଏପରି ଗ୍ରେଡ଼ର ପ୍ଲାଷ୍ଟିକ୍ ଖେଳନା ଓ ବାହାରକୁ ନିଆଯାଉଥିବା ଖାଦ୍ୟର ପ୍ୟାକେଜିଙ୍ଗ, ମାଉଥୱାସ ଡବା ଓ ରାନ୍ଧିବା ତୈଳରେ ବ୍ୟବହାର କରାଯାଏ । ଏହି ପ୍ରକାରର ପ୍ଲାଷ୍ଟିକ୍ ବହୁତ ବିଷାକ୍ତ ଓ ବ୍ୟବହାର କରିବା ଅନୁଚିତ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

LDPE 4 –  ଏପରି ଗ୍ରେଡ଼ର ପ୍ଲାଷ୍ଟିକ୍ ଗରମ ଓ ଥଣ୍ଡା ଦ୍ରବ୍ୟ ରଖାଯାଉଥିବା କପ ପାଇଁ ବ୍ୟବହୃତ ହୁଏ । କିଛି ପ୍ରକାର ମହୁ ଓ ସୋରିଷ ବୋଟଲରେ ଏପରି ପ୍ଲାଷ୍ଟିକ ଗ୍ରେଡ଼ର ବ୍ୟବହାର କରାଯାଏ । ତେବେ ସୂଚନା ଅନୁସାରେ ତୁଳନାତ୍ମକ ରୂପେ ଏହି ଗ୍ରେଡ଼ର ପ୍ଲାଷ୍ଟିକ୍ ସୁରକ୍ଷିତ । ତେବେ ଅଧ୍ୟୟନରୁ ଜଣାପଡ଼ିିଛି ଲମ୍ବା ସମୟ ଧରି ଏହି ଗ୍ରେଡ଼ର ପ୍ଲାଷ୍ଟିକ ବ୍ୟବହାର କଲେ କ୍ଷତି ହେବାର ସମ୍ଭାବନା ରହିଛି ।

PP5 – PP5 ଗ୍ରେଡ଼ର ପ୍ଲାଷ୍ଟିକ୍ ଖାଦ୍ୟ ଡ଼ବା, ବୋଟଲର ଠିପି, ଷ୍ଟ୍ର ଓ ମେଡ଼ିକାଲରେ ବ୍ୟବହୃତ ହେଉଥିବା ଡବା, ମହୁ ରଖାଯାଉଥିବା ଡବା ଆଦିରେ ବ୍ୟବହାର ହୁଏ । ଏହି ଗ୍ରେଡର ସୁରକ୍ଷତ । ତେବେ ଏହି ଗ୍ରେଡ଼ର ପ୍ଲାଷ୍ଟିକ ରିସାଇକିଲ ହୋଇପାରେ ନାହିଁ । ଏହି ପ୍ରକାର ପ୍ଲାଷ୍ଟିକ ଅଧିକ ସମୟ ଧରି ବ୍ୟବହାର କଲେ ମଧ୍ୟ କ୍ଷତି ହୁଏନାହିଁ ।

PS6 –   ଏପରି ଗ୍ରେଡ଼ର ପ୍ଲାଷ୍ଟିକ୍ ଅଣ୍ଡା ରଖିବା ପାଇଁ, ବିଭିନ୍ନ ପ୍ରକାର ଖୋଲା କପ୍ , ପ୍ଲେଟ୍, ଚାମଚ ଓ ବାହାରକୁ ନେଉଥିବା କଣ୍ଟେନରରେ ବ୍ୟବହାର କରାଯାଏ । ତେବେ ଅଧ୍ୟୟନ ଅନୁସାରେ ଏହି ଗ୍ରେଡ଼ ବହୁତ ବିଷାକ୍ତ ଓ ଏପରି ଗ୍ରେଡ଼ର ପ୍ଲାଷ୍ଟିକ ବ୍ୟବହାର କରିବାଠାରୁ ଦୂରଇ ରହିବା ଉଚିତ ।