କନକ ବ୍ୟୁରୋ : ପାକିସ୍ତାନ ଏଜେଣ୍ଟଙ୍କ ହନିଟ୍ରାପରେ ଫଶିଥିବା ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଏଟିଏସ ଦ୍ୱାରା ଜେରା କରାଯିବା ବେଳେ କୁରୁଲକର ବ୍ରହ୍ମୋସ ମିସାଇଲ ବାବଦରେ ପାକିସ୍ତାନ ମହିଳା ଏଜେଣ୍ଟଙ୍କୁ ତଥ୍ୟ ଦେବାକୁ ହ୍ୱାଟସଆପରେ ଚାଟ୍ କରିଥିବା ଜାଣିବାକୁ ମିଳିଛି । ଏପରିକି ଉକ୍ତ ପାକିସ୍ତାନ ମହିଳା ଏଜେଣ୍ଟ ମଧ୍ୟ ପ୍ରଦୀପ କୁରୁଲକରଙ୍କୁ ଭେଟିଥିବା ବେଳେ ନିଜକୁ ଜାରା ଦାସଗୁପ୍ତାର ପରିଚୟ ଦେଇଥିବା ଜାଣିବାକୁ ମିଳିଛି ।
୫୯ ବର୍ଷୀୟ କୁରୁଲକରଙ୍କୁ ପାକିସ୍ତାନ ମହିଳା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରିଥିଲା ମହରାଷ୍ଟ୍ର ଏଟିଏସ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ମହିଳା ଏଜେଣ୍ଟ ଜଣକ ହ୍ୱାଟସଆପ ଜରିଆରେ କୁରୁଲକରଙ୍କୁ ସମ୍ପର୍କ କରିଥିଲେ । ମହିଳା ଜଣକ ନିଜକୁ ବ୍ରିଟେନର ସଫ୍ଟୱେୟାର ଇଞ୍ଜିନିୟରର ପରିଚୟ ଦେଇଥିଲେ । ମହିଳା ଜଣକ ଅଶ୍ଲୀଳ ମେସେଜ ପଠାଇବା ସହ ଭଏସ ଓ ଭିଡ଼ିଓ କଲ କରି କୁରୁଲକରଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା । ଏପରିକି ପ୍ରତିବଦଳରେ କୁରୁଲକରଙ୍କ ଠାରୁ ଡିଆରଡିଓର ଗୁପ୍ତ ସୂଚନା ଓ ମିସାଇଲ ବାବଦରେ ଜାଣିବାକୁ ଚେଷ୍ଟା କରିଥିଲେ । ଏପରିକି ମହିଳାଙ୍କ ମାୟାଜାଲରେ ପଡି କୁରୁଲକର ମଧ୍ୟ ଏହି ଗୋପନୀୟ ତଥ୍ୟ ପ୍ରଦାନ କରିବାକୁ ରାଜି ହୋଇଥିଲେ । ବ୍ରହ୍ମୋସ ମିସାଇଲ ବାବଦରେ ଯୁବତୀ ଜଣକ ଜାଣିବାକୁ ଚାହିଁଥିଲେ । କିନ୍ତୁ କୁରୁଲକର କହିଥିଲେ ଏହି ତଥ୍ୟ ମେଲ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ପଠାଇ ହେବ ନାହିଁ । କାରଣ ଏହା ଅତ୍ୟଧିକ ଗୋପନୀୟ । କିନ୍ତୁ ବ୍ୟକ୍ତିଗତ ଭାବେ ଭେଟିଲେ ଏ ବାବଦରେ ସୂଚନା ଦେବାକୁ କହିଥିଲେ କୁରୁଲକର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/10drdo-official-pradeep-kurulkar.jpg)