ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିଲେ ବାପା ମନୋରଞ୍ଜନ । ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଲେ ଶୁଭଶ୍ରୀଙ୍କ ବାପା

199

କନକ ବ୍ୟୁରୋ: ଝିଅ ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିଛନ୍ତି ତାଙ୍କ ବାପା ମନୋରଞ୍ଜନ କର । ମୃତ୍ୟୁ ପଛରେ ଝିଅର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମୁଖ୍ୟ ଅଭିଯୁକ୍ତ ବୋଲି ସେ ଦାବି କରିଛନ୍ତି । ଶୁଭଶ୍ରୀଙ୍କ ବେଡ ଉପରୁ ପୁଲିସ ଟିମକୁ ଏକ ବଟଲ ମିଳିଥିଲା । ଏହି ବଟଲରେ ଏକ ଧଳାରଙ୍ଗର ସବଷ୍ଟାନସ ଥିଲା । ଏହି ବଟଲକୁ ପୋଲିସ ଏଯାବତ ଯାଞ୍ଚ କରିନଥିବା ମୃତକଙ୍କ ବାପା କହିଛନ୍ତି । ଦିବ୍ୟରଞ୍ଜନ ଅନ୍ୟ କେଉଁଠି ବିବାହ କରିବାକୁ ଯୋଜନା କରୁଥିଲେ । ତେଣୁ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଷଡଯନ୍ତ୍ର କରିଥିଲେ ଦିବ୍ୟରଞ୍ଜନ । ଶୁଭଶ୍ରୀଙ୍କ ବାପା ଏପରି କହିବା ପରେ ପୋଲିସ କାହିଁକି ସେହି ବଟଲକୁ ତଦନ୍ତ ପରିସର କରିନାହିିଁ ତାକଦୁ ନେଇ ଚର୍ଚ୍ଚା ବଢିଛି । ଶୁଭଶୀଙ୍କ ମୃତ୍ୟୁକୁ ୨୦ ଦିନ ହେଲାଣି । କିନ୍ତୁ ପୋଲିସ ଏଯାବତ ଏହି ବଟଲ ଉପରେ ନିରବ ରହିବା ମଧ୍ୟ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି ।

ଅନ୍ୟପଟେ ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ମଦ, ନିଶା ଔଷଧ ନମୁନା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ରିପୋର୍ଟ ଆସିବା ପରେ ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ସହ ଦୁଇ ସହଯୋଗୀ ଡାକ୍ତରଙ୍କ ସଂପୃକ୍ତ ଥିବା ନେଇ ଥାନାରେ ଏତଲା ଦେଇଛନ୍ତି ତାଙ୍କ ବାପା । ଅଭିଯୋଗ ପାଇ ଯୋଡ଼ା ଥାନାରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଝିଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି । ସେପଟେ ମାମଲାରୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବ୍ୟରଞ୍ଜନ । ସୂଚନା ଅନୁସାରେ, ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ । ତେବେ ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।