ସଂକ୍ରମଣ କମିବା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଲ ସୂଚନା : ହସ୍ପିଟାଲ ଉପରେ କମୁଛି ଚାପ; ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନକୁ ଗୁରୁତ୍ୱ 

215

କନକ ବ୍ୟୁରୋ : କରୋନା ସଂକ୍ରମଣକୁ କମିବା ପରେ ହସ୍ପିଟାଲ ଉପରୁ ବି ଚାପ କମିବାରେ ଲାଗିଛି । ଏହା ଏକ ଭଲ ସଂକେତ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । କହିଛନ୍ତି, ହସ୍ପିଟାଲ ଉପରୁ ଧିରେ ଧିରେ ଚାପ କମୁଛି । ବେଡ ବର୍ତମାନ ପର୍ଯ୍ୟାପ୍ତ ଅଛି । ଆଇସିୟୁ ଓ ଭେଂଟିଲେଟରରେ ଏବେ ୫୬ ପ୍ରତିଶତ ରୋଗୀ ଅଛନ୍ତି ।

ସାଧାରଣ ବେଡରେ ୟୁଟିଲାଇଜେସନ ବହୁତ କମିଛି । ଯେଉଁଠି ଅଧିକ ପଜିଟିଭ୍ ବାହାରୁଛନ୍ତି । ସେଠାରେ ସର୍ଭେଲାନ୍ସ କରାଯାଉଛି । ଅଧିକ ଟେଷ୍ଟ କରି ଆଇସୋଲେଟ୍ କରାଯାଉଛି । ପଜିଟିଭ୍ ହାର ଅଧିକ ଥିବା ଜିଲ୍ଲାରେ ମଧ୍ୟ ସମାନ ପ୍ରଣାଣି ପ୍ରୟୋଗ କରାଯାଉଛି । ଟେଷ୍ଟିଂ, ଟ୍ରାକିଂ , ଆଇସୋଲେସନ ସହ ଘରକୁ ଘର ବୁଲି ସର୍ଭେ କରାଯାଉଛି ।