କରୋନା ପଜିଟିଭ ଥିଲେ ମହାରାଷ୍ଟ୍ରକୁ ପ୍ରବେଶ ମନା । ବାହାରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଲଗାଇଲେ ଉଦ୍ଧବ ସରକାର

223

କନକ ବ୍ୟୁରୋ : କରୋନା ପଜିଟିଭ ଥିଲେ ମହାରାଷ୍ଟ୍ରକୁ ପ୍ରବେଶ ଉପରେ କଟକଣା । ରିପୋର୍ଟ ନେଗେଟିଭ ଥିଲେ ଯାଇପାରିବେ ମହାରାଷ୍ଟ୍ର । ବାହାରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଲଗାଇଲେ ଉଦ୍ଧବ ସରକାର । ନଭେମ୍ବର ୨୫ରୁ ମହାରାଷ୍ଟ୍ର ଯାଉଥିଲେ କରୋନା ରିପୋର୍ଟ ବାଧ୍ୟତାମୂଳକ ରହିବ । ଦିଲ୍ଲୀ, ଗୋଆ, ରାଜସ୍ଥାନ, ଗୁଜୁରାଟରୁ ଯାଉଥିଲେ ଆରଟି ପିସିଆର ନେଗେଟିଭ ରିପୋର୍ଟ ଦରକାର ପଡିବ ।

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରି ପ୍ରଭାବ ଜାରି ରହିଛି । ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଅତି ଖରାପ ରହିଛି । ତେଣୁ ଦ୍ୱିତୀୟ ଲହରିକୁ ରୋକିବା ପାଇଁ ସବୁ ରାଜ୍ୟ ସରକାର ସଜାଗ ରହିଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି ।

ବର୍ତ୍ତମାନ ମହାରାଷ୍ଟ୍ରରେ ୧୬ ଲକ୍ଷ ୫୪ ହଜାର ୨୮କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୧୪ ଲକ୍ଷ ୭୮ ହଜାର ୪୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେଯାଏଁ ମୋଟ ୧ ଲକ୍ଷ ୩୧ ହଜାର ୫୪୪ ଜଣ ସକ୍ରିୟ ରହିଛନ୍ତି ।