ଡୋନାଲ୍ଡ ଟ୍ରଂପଙ୍କ କଠୋର ନିଷ୍ପତି ! ୬ ମୁସଲିମ୍ ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ନେଇ କଟକଣା

36

କନକ ବ୍ୟୁରୋ : ମୁସଲିମ୍ ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ଉପରେ କଟକଣା । ୬ଟି ମୁସଲିମ୍ ବହୁଳ ଦେଶର ଲୋକଙ୍କ ପ୍ରବେଶ ନେଇ କଟକଣା ସଂପର୍କିତ ଆଦେଶରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ । ସୁଦାନ୍, ସିରିଆ, ଇରାନ୍, ଲିବିୟା, ସୋମାଲିଆ ଓ ୟମେନର ନାଗରିକଙ୍କ ଉପରେ ୯୦ ଦିନ ପାଇଁ କଟକଣା ଜାରି କରିଛନ୍ତି ଟ୍ରମ୍ପ । ତେବେ ଏହି କଟକଣାରୁ ଇରାକ୍ ବାଦ୍ ପଡିଛି ।