ମୋଦୀଙ୍କ ପ୍ରଶଂସାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ ଏଭଳି କଥା

476

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି କି, ନରେନ୍ଦ୍ର ମୋଦୀ ଜଣେ ଭଲ ମଣିଷ ଓ ସେ ଭାରତ ପାଇଁ ବହୁତ ଭଲ କାମ କରୁଛନ୍ତି । ଏହାସହ ଭାରତ ବ୍ୟତୀତ ତାଙ୍କର ଅନ୍ୟକେହି ଭଲ ବନ୍ଧୁ ନଥିବା କଥା ମଧ୍ୟ ଟ୍ରମ୍ପ କହିଛନ୍ତି । ସେପେଟ ସେ ଆଗାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସଂକେତ ଦେଇଛନ୍ତି ।

କେବଳ ସେତିକି ନୁହେଁ ଟ୍ରମ୍ପ କହିଛନ୍ତି ଯେ “ମୋର ଭାରତ ସହିତ ଭଲ ସଂପର୍କ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ବନ୍ଧୁ । ଭାରତ ପାଇଁ ସେ ବହୁତ ଭଲ କାମ କରୁଛନ୍ତି । ”
ଅନ୍ୟଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ବାଇଡେନଙ୍କ ଠାରୁ ତାଙ୍କର ଭାରତ ସହ ଭଲ ସଂପର୍କ ରହିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସେ କହିଛନ୍ତି କି,ମୋତେ ଲାଗୁଛି ଭାରତ ସହ ମୋ ଠାରୁ  ଭଲ ସଂପର୍କ ଅନ୍ୟ କାହାର ନାହିଁ ।

କହିରଖୁ କି ଡୋନାଲ୍ଡ ଟ୍ରମ୍ପ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିଲେ । ହେଲେ ଏହି ପରାଜୟକୁ ସ୍ୱୀକାର କରି ନଥିଲେ ଟ୍ରମ୍ପ । ଏହାପରେ ଟ୍ରମ୍ପଙ୍କ ସମର୍ଥକମାନେ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ହିଲ ଉପରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ଏପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରୁଛନ୍ତି ।