ହ୍ୱାଇଟହାଉସ ଛାଡିବାକୁ ସଙ୍କେତ ଦେଲେ ଡୋନାଲ୍ଡ ଟ୍ରମ୍ପ : କ୍ଷମତା ହସ୍ତାନ୍ତରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ସବୁଜ ସଙ୍କେତ

ମିଚିଗାନର ଫଳାଫଳ ଆସିବା ପରେ ପଦକ୍ଷେପ

244

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଶେଷରେ ହ୍ୱାଇଟହାଉସ ଛାଡିବାକୁ ସଙ୍କେତ ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ସେ କହିଛନ୍ତି, କ୍ଷମତା ହସ୍ତାନ୍ତରଣ ପାଇଁ ଯାହା କରିବା କଥା ସେମାନେ କରନ୍ତୁ । ଏଭଳି ମନ୍ତବ୍ୟ ପରେ ଟ୍ରମ୍ପ ଶାସନରୁ ହଟିବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

କୌଣସି ବିନା ପ୍ରମାଣରେ ୩ ସପ୍ତାହ ହେଲା ଟ୍ରମ୍ପ ଦାବି କରିଆସୁଥିଲେ , ସେ ପରାଜିତ ହୋଇନାହାନ୍ତି । ଏହାକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଟ୍ରମ୍ପଙ୍କ ଏହି ସଙ୍କେତର ଅର୍ଥ ହେଲା, ବାଇଡେନଙ୍କ ଟିମକୁ ଫଣ୍ଡ ଓ ଫେଡେରାଲ ପ୍ରଶାସନିକ ଅଧିକାରୀଙ୍କ ସହ ମିଶିବାକୁ ଅନୁମତି ମିଳିବ । ଏହା ସହ କ୍ଷମତା ହସ୍ତାନ୍ତରଣ ପାଇଁ ରାସ୍ତା ବି ପରିଷ୍କାର ହେବ ।