ଡୋନାଲ୍ଡ ଟ୍ରମ୍ପଙ୍କ ଭୟରେ ଆମେରିକା ସେନା ମୁଖ୍ୟ ଚୀନକୁ କଲେ ଫୋନ, ଜାଣନ୍ତୁ ପୁରା ଘଟଣା

245

କନକ ବ୍ୟୁରୋ : ଏକ ଖବର ଏବେ ଆମେରକାରେ ହଟଚମଟ ସୃଷ୍ଟି କରିଛି । ଏହି ଖବରରେ ଦାବି କରାଯାଇଛି କି ଟ୍ରମ୍ପ୍ ଶାସନ କାଳର ଶେଷ ସମୟରେ ଦେଇଥିଲେ ଏମିତି ନିର୍ଦ୍ଦେଶ, ଯାହାକୁ ନେଇ ଆମେରିକା ସେନା ମୁଖ୍ୟ ଚୀନ ସହିତ ଗୁପ୍ତ ଭାବେ ୨ ଥର କଥା ହୋଇଥିଲେ ।

ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ନିର୍ବାଚନ ହାରିବା ପରେ ଏବେ କେତେମାସ ହେବ ସେ କ୍ଷମତାରୁ ବାହାରେ ରହିଛନ୍ତି । ହେଲେ ତାଙ୍କର ନିଷ୍ପତ୍ତି ଓ ତାଙ୍କ ସହିତ ଜଡିତ ଖବର ଏବେ ବି ଆମେରିକାରେ ଚର୍ଚ୍ଚା ହେଉଛି । ଏବେ ଟ୍ରମ୍ପଙ୍କୁ ନେଇ ଏକ ଏମିତି ଖବର ପ୍ରକାଶ ପାଇଛି ଯେ ଏହି ଖବର ଆସିବା ପରେ ପୁରା ଆମେରିକାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଖବରରେ କୁହାଯାଇଛି କି ଚୀନ ଉପରେ ଆମେରିକା ଆକ୍ରମଣ କରିବା ଭଳି ନିର୍ଦ୍ଦେଶ ଦେବା ନେଇ ଆଶଂକା କରି ଆମେରିକା ସେନା ମୁଖ୍ୟ ଚୀନ ସହିତ ୨ ଥର ଗୁପ୍ତରେ କଥା ହୋଇଥିଲେ । କେବଳ ଫୋନ କରିନଥିଲେ, ଭରଶା ବି ଦେଇଥିଲେ କି ଯଦି ଟ୍ରମ୍ପ ସରକାର ଚୀନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ଆମେରିକା ସେନା ପକ୍ଷରୁ ଏନେଇ ଚୀନକୁ ସୂଚନା ଦିଆଯିବ ।

ୱାସିଂଟନ ପୋଷ୍ଟର ଖବର ମୁତାବକ,୨୦୨୦ ମସିହାରେ ଯେତେବେଳେ ଟ୍ରମ୍ପ ନିର୍ବାଚନ ହାରିବା ନେଇ ସମ୍ଭାବନା ଦେଖାଦେଲା ସେତେବେଳେ ଅନୁମାନ କରାଯାଉଥିଲା କି ଟ୍ରମ୍ପ ଚୀନ ଉପରେ ଆକ୍ରମଣ କରିବାକୁ ନିଜ ଦେଶର ସେନାକୁ ନିର୍ଦ୍ଦେଶ ଦେବେ । ହେଲେ ଆମେରିକାର ସେନା ମୁଖ୍ୟ ମାର୍କ ମିଲି ଏଭଳି ହେବାକୁ ଚାହୁଁ ନଥିଲେ । ଏନେଇ ସେ ନିର୍ବାଚନର ୪ ଦିନ ପୂର୍ବରୁ ଅର୍ଥାତ ୩୦ ଅକ୍ଟୋବର ୨୦୨୦ ଓ ୮ ଜାନୁଆରୀ ୨୦୨୧ ରେ ୨ ଥର ଚୀନ ସେନାମୁଖ୍ୟଙ୍କୁ ଫୋନ କରି ଏହି ବାବଦରେ ଆଲୋଚନା କରିଥିଲେ ।

ରିପୋର୍ଟ ମୁତାବକ ଆମେରିକା ସେନା ମୁଖ୍ୟ ଏଭଳି ଆଶଂକା କରି ଚୀନର ସେନାମୁଖ୍ୟ ଲି ଜୁଓଚଙ୍ଗଙ୍କୁ ଭରଶା ଦେଇଥିଲେ କି ଯଦି ଟ୍ରମ୍ପ ଚୀନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ସେ ତୁରନ୍ତ ଲି ଜୁଓଚଙ୍ଗଙ୍କୁ ଏବାବଦରେ ସୂଚନା ଦେବେ ।

ଏଭଳି ଖବର ପ୍ରକାଶ ପାଇବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି କି ଯଦି ଏହି ଘଟଣା ସତ୍ୟ ତେବେ ୟୁଏସ ଆର୍ମିର ମୁଖ୍ୟଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରାଯାଉ ।