ସିଏଫଏଆର୍ ଦ୍ୱାରା ଘରୋଇ ଶ୍ରମିକ ଦିବସ ପାଳନ

121

କନକ ବ୍ୟୁରୋ: ସିଏଫଏଆର୍ ଦ୍ୱାରା ୱାଇ.ଏମ୍.ସି.ଏ ସଭା ଗୃହରେ ଆନ୍ତର୍ଜାତିକ ଘରୋଇ ଶ୍ରମିକ ଦିବସ ମହାସମହାରୋହ ପାଳିତ ହୋଇ ଯାଇଛି । ଜୁନ୍ ୧୬ ତାରିଖକୁ ସାରା ବିଶ୍ୱ ଘରୋଇ ଶ୍ରମିକ ଦିବସ ରୂପେ ପାଳନ କରିଥିବା ବେଳେ ସି.ଏଫ୍.ଏ.ଆର୍ ବୁଧବାର ଏହି ଦିବସକୁ ମହା ଆଡମ୍ବରରେ ପାଳନ କରିଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟାନ୍ୟ ମାହାମାନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଘରୋଇ ଶ୍ରମିକ ମାନଙ୍କର କର୍ମକୁ ପ୍ରଶଂସା କରିବା ସହିତ ସେମାନଙ୍କର ସାମାଜିକ ସୁରକ୍ଷା ଏବଂ ଆର୍ôଥକ ସ୍ୱଚ୍ଛଳତା ଦିଗରେ ସହଯୋଗର ହାତ ବଢାଇବେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ (ଅଧ୍ୟକ୍ଷା-ଓଡିଶା ଶିଶୁ ଅଧିକାର ସୂରକ୍ଷା ଆୟୋଗ) ଘରୋଇ ଶ୍ରମିକଙ୍କର ଶିଶୁମାନେ କିଭଳି ଘରୋଇ ଶ୍ରମିକରେ ପରିଣତ ନ ହୋଇ ଶିକ୍ଷା ଅଧିକାର ଆଇନ୍ ବଳରେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠା ଲାଭକରିବେ ସେ ବିଷୟରେ ଧ୍ୟାନ ଦେଉଛନ୍ତି ଏବଂ ଆଗମୀ ଦିନରେ ଅହୁରି ଅଧିକ ଯତ୍ନଶୀଳ ହେବେ ବୋଲି ଦୃଢ ମତ ପୋଷଣକରିଥିଲେ । ଓପନ ଲିୟରର୍ଣ୍ଣିଂ ସିଷ୍ଟମର ନିର୍ମାତା କସ୍ତୁରୀ ମହାପାତ୍ର ଘରୋଇ ଶ୍ରମିକଙ୍କର ଆତ୍ମ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା, ସାମାଜିକ ଅଧିକାର ସୁନିଶ୍ଚିତ କରିବା ଏବଂ ଆର୍ଥିକ ଅନଗ୍ରସରତାର ସ୍ୱଚ୍ଛଳତା ଦିଗରେ ଅକୁଣ୍ଠ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସହ ଶ୍ରମଅଧିକାରୀ ରୂପେ ପ୍ରଜ୍ଞା ପରମିତା ସାହୁ , ମୋନାଲିସା ଜେନା, ରଶ୍ମିତା କୁମାରି ପାତ୍ର ଏବଂ ଚନ୍ଦନ ମାଝୀ ଉପସ୍ଥିତ ରହି ସରକାରଙ୍କ ତରଫରୁ ଘରୋଇ ଶ୍ରମିକ ମାନଙ୍କ ପାଇଁ ଥିବା ସୁବିଧା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସି.ଫାର୍ ଦ୍ୱାରା ନିଯୁକ୍ତି ଦିଆଯାଇଥିବା ଇ.ମିତ୍ରା ସଂଯୋଜିକା, ସିଙ୍ଗିଲ୍ ୱିଣ୍ଡୋ ଫୋରମ୍ ମେମ୍ବର ଏବଂ ଇ.ମିତ୍ରା ଫ୍ୟାସିଲିଟେଟର୍ ମାନଙ୍କୁ ଶ୍ରମିକ ମାନଙ୍କ ପାଇଁ ଥିବା ଅନଲାଇନ୍ ସେବା ଉପରେ ତାଲିମ୍ ଦେବା ପାଇଁ ସ୍ୱୀକୃତି ଦେଇଥିଲେ । ଘରୋଇ ଶ୍ରମିକ ନେତ୍ରୀ ଫୁଲମତି ଦିଗଲ ଏବଂ ଭୁବନେଶ୍ୱରର ୧୯ଟି ୱାର୍ଡରୁ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଘରୋଇ କର୍ମୀ ବା ଘରୋଇ ଶ୍ରମିକ ଉପସ୍ଥିତ ରହିଥିଲେ । ଘରୋଇ ଶ୍ରମିକ ମାନଙ୍କ ପାଇଁ ଥିବା କଲ୍ୟାଣ ବୋର୍ଡ କିଭଳି ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ ଏବଂ କିଭଳି ନିର୍ମାଣ ଶ୍ରମିକ ମାନଙ୍କ ଘରୋଇ ଶ୍ରମିକ ମାନେ ମାତୃତ୍ୱ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା, ସାଇକେଲ୍ ସହାୟତା, ଦକ୍ଷତା ବିକାଶ ତାଲିମ୍ ଇତ୍ୟାଦି ଯୋଗାଇ ଦେବା ପାଇଁ ବୋର୍ଡର ଅଧିକାରୀ, ସହ ଶ୍ରମ ଅଧିକାରୀ ଏବଂ ମାନ୍ୟବର ବିଧାୟକଙ୍କୁ ନିବେଦନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଓଡିଶା ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡର ସଦସ୍ୟ ମହେନ୍ଦ୍ର କୁମାର ପରିଡା ଓ ଲେବର ପ୍ରୋଗ୍ରେସିଭ ଫେଡେରେସନର ରାଜ୍ୟ ସଭାପତି ବିରେନ୍ଦ୍ର ପ୍ରସାଦ ଦାସ ଘରୋଇ ଶ୍ରମିକ ମାନଙ୍କର ଦାବି ବା ନିବେଦନକୁ ଗ୍ରହଣ କରି ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ କି ଘରୋଇ ଶ୍ରମିକ ମାନଙ୍କ ପାଇଁ ହୋଇଥିବା କଲ୍ୟାଣ ବୋର୍ଡ୍ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା, ଘରୋଇ ଶ୍ରମିକ ମାନଙ୍କର ସାମାଜିକ ନିରାପତା, ସ୍ୱାସ୍ଥ୍ୟ ଭିତିକ ସୁବିଧା ଏବଂ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଥିବା ଅନୁରୁପ ସହାୟତା ଯୋଗାଇ ଦେବା ପାଇଁ ଆମ୍ଭେ ୟୁନିୟନ୍ ମାଧ୍ୟମରେ ସରକାରଙ୍କ ପାଖରେ ଦାବି ରଖିଛୁ କିନ୍ତୁ ଏହାର ସଫଳ ରୁପାୟନ ନିମନ୍ତେ ଆମେ ଆହୁରି ଯତ୍ନବାନ ହେବୁ । ପରେ ପରେ ସି.ଏଫ୍.ଏ.ଆର୍ ତରଫରୁ ଘରୋଇ ଶ୍ରମିକ ମାନଙ୍କର ଦାବିକୁ ଏକ ମଂଚ ବା ସଙ୍ଘ ମାଧ୍ୟମରେ ଦେବା ପାଇଁ ନିଷ୍ପତି ନିଆଗଲା ଏବଂ ଏକ ସଂଘ ମଧ୍ୟ ତିଆରି କରାଯାଇଥିଲା ।

ମମତା ସିଂ (ରାଜ୍ୟ ପ୍ରକଳ୍ପ ପରିଚାଳିକା-ସି.ଫାର୍) ଘରୋଇ ଶ୍ରମିକ ମାନଙ୍କର ଅଧିକାର ଦିଗରେ ସି.ଏଫ୍.ଏ.ଆରର କାର୍ଯ୍ୟଶୈଳୀ ଏବଂ ବସ୍ତି ସ୍ତରରେ ବସ୍ତି ବାସିନ୍ଦାଙ୍କର ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟଗତ ସୁବିଧା, ଖାଦ୍ୟ ନିରାପତା, ଜୀବନ ଜିବିକା ଏବଂ ମୈାଳିକ ସୁବିଧା ଗୁଡିକୁ ସୁନିଶ୍ଚିତ କରିବା ଦିଗରେ ସଂଗଠନର କର୍ମୀ ମାନଙ୍କ ଦ୍ୱାରା ନିରବଛିନ୍ନ କର୍ମ ନିପୁଣତା ଖୁବ୍ ସୁନ୍ଦର ଭାବରେ ପରିପ୍ରକାଶ କରିବା ସହିତ ସମଗ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ପରିଚାଳନାରେ ସହାୟତା କରିଥିଲେ ଦେବସ୍ମିତା ରାଉତ, ସୁଶ୍ରୀ ଅଭିଲିପ୍ସା ଜେନା, ସୁଶ୍ରୀ ଇପ୍ସିତା ପ୍ରିୟଦର୍ଶନୀ, ମୋନାଲିସା ସାହୁ, ସୁକାନ୍ତ କୁମାର ସାହୁ ଏବଂ ମନୋଜ କୁମାର ପରିଡା । ପରିଶେଷରେ ସୁଶ୍ରୀ ବିଷ୍ଣୁପ୍ରିୟା ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରିଥିଲେ ।