ଚିଲିକାରେ ଡଲଫିନ ଗଣନା । ୫ଟି ରେଂଜର ୩ଟି ସେକ୍ଟରରେ ଡଲଫିନ ସେନସସ । ଆଜି ଦ୍ୱିପହର ସୁଦ୍ଧା ସରିବ ଗଣତି

58

କନକ ବ୍ୟୁରୋ : ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା । ମୋଟ ୧୮ଟି ଟିମ୍ରେ୯୦ ଜଣ ଗଣତିରେ ସାମିଲ ହୋଇଛନ୍ତି । ୫ଟି ରେଂଜରେ ଏହି ଗଣନା ଚାଲିଛି ବୋଲି ଜଣାପଡିଛି । ସାତପଡାରେ ୮ଟି ଟିମ୍ ଗଣନା କରୁଥିବା ବେଳେ ବାଲୁଗାଁରେ ୧୦ଟି ଟିମ୍ ଗଣନା କରୁଛନ୍ତି ।

ସାତପଡା, ଚିଲିକା ନୂଆପଡା, ରମ୍ଭା, ଟାଙ୍କି, ବାଲୁଗାଁରେ ଏହି ଗଣନା କାମ ଚାଲିଛି । ସଂପୂର୍ଣ୍ଣ ଚିଲିକାକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଦକ୍ଷିଣ, ଉତର ଓ କେନ୍ଦ୍ର ସେକ୍ଟର କରାଯାଇ ଏହି ଗଣନା ଚାଲିଛି । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।