ଡାକ୍ତର ନୁହେଁ ଏଠାରେ କୁକୁର କରୁଛି ମଣିଷଙ୍କ ଚିକିତ୍ସା ! ଜାଣନ୍ତୁ କେଉଁଠି ଏବଂ କିପରି କୁକୁର ଦ୍ୱାରା ହେଉଛି ଚିକିତ୍ସା ।

ମଣିଷ ନୁହେଁ ବରଂ କୁକୁର ରୋଗୀମାନଙ୍କ ଚିକିତ୍ସା କରିଥାଏ ।

110

ଆଜିକାଲି ଦେଶରେ କିଛି ବି ଘଟିବା ଅସମ୍ଭବ ନୁହେଁ । ପୂର୍ବରୁ ସେଭଳି ଅସମ୍ଭବ ଭଳି ଲାଗୁଥିବା ଖବର ଆମେ ଆପଣମାନଙ୍କୁ ଦେଇଛୁ । ଆଜି ବି କିଛି ସେଭଳି ଖବର ରହିଛି । ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର‌୍ୟ୍ୟ ହେବେ ନିଶ୍ଚୟ । ଆଜି ପର‌୍ୟ୍ୟନ୍ତ ରୋଗୀମାନଙ୍କୁ ମଣିଷମାନେ ଚିକିତ୍ସା କରୁଥିବାର ଆପଣମାନେ ଶୁଣି ଆସିଥିଲେ । କିନ୍ତୁ କେବେ କୁକୁର ରୋଗୀମାନଙ୍କ ଚିକିତ୍ସା କରୁଥିବା କଥା ଆପଣ କ’ଣ ଶୁଣିଥିଲେ କି? ଆଜି ଆମେ ଏମିତି ଏକ ଡ଼ାକ୍ତରଖାନା ବିଷୟରେ ଜଣାଇବୁ ଯେଉଁଠି ମଣିଷ ନୁହେଁ ବରଂ କୁକୁର ରୋଗୀମାନଙ୍କ ଚିକିତ୍ସା କରିଥାଏ ।

କୁକୁରର ନାକରେ ଆଘ୍ରାଣ କରି ରୋଗ ବିଷୟରେ ଜାଣିବାର ଯେଉଁ ଶକ୍ତି ରହିଥାଏ ତାହା ମନୁଷ୍ୟ ପାଖରେ ନଥାଏ । ଯାହା ପାଇଁ ଏହି ଡ଼ାକ୍ତରଖାନାରେ କୁକୁରମାନେ ଆଘ୍ରାଣ କରି ରୋଗ ବିଷୟରେ ଜାଣିବା ସହ ଏହାର ଚିକିତ୍ସା ବିଷୟରେ ଡ଼ାକ୍ତରଙ୍କୁ ଜଣାଇଥାନ୍ତି । ହେମଲେରିଆ ଏକ ଏମିତି ରୋଗ ଯାହାର ଲକ୍ଷଣ ଆରମ୍ଭରୁ ଜଣା ପଡ଼ି ନଥାଏ । ଏହାର ଚିକିତ୍ସା ୨୪ଘଣ୍ଟା ମଧ୍ୟରେ କରା ନଗଲେ ରୋଗୀର ମୃତ୍ୟୁ ହୋଇଥାଏ । ଯେଉଁ ରୋଗକୁ ଚିହ୍ନିବା ଡ଼ାକ୍ତରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । ସେ ରୋଗ ବିଷୟରେ ଡ଼ାକ୍ତରଖାନାରେ ଥିବା ଲେକ୍ସି ଏବଂ ସୈଲି ନାମକ କୁକୁର ଜାଣି ପାରିଥାନ୍ତି । ସେମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇଥିବା ଜଣା ପଡ଼ିଥିବା ବେଳେ ଲେକ୍ସି ଏବଂ ସୈଲିଙ୍କ ପାଇଁ ଅନେକଙ୍କ ଜୀବନ ବଞ୍ଚିଥିବା ସୂଚନା ମିଳିଛି । ବ୍ରିଟେନର ଏକ ଡ଼ାକ୍ତରଖାନାରେ ଦୁହିଁଙ୍କୁ ରଖାଯାଇଥିବା ଜଣା ପଡ଼ିଛି ।