ବୁଲା କୁକୁର ଆତଙ୍କ, ୩୦ରୁ ଅଧିକ ଆହତ : ହିଂସ୍ର ପାଲଟିଥିବା କୁକୁରକୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ

130

କନକ ବ୍ୟୁରୋ : ବାଲେଶ୍ୱରରେ ବୁଲା କୁକୁର ଆତଙ୍କ । ପ୍ରାତଃ ଭ୍ରମଣ ବେଳେ କୁକୁର କାମୁଡ଼ାର ଶିକାର ହେଲେ ୩୦ରୁ ଅଧିକ ଲୋକ । ବାଲେଶ୍ୱର ପଠାଣ ମହଲା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ହିଂସ୍ର ପାଲିଟିଥିବା କୁକୁରକୁ ସ୍ଥାନୀୟ ଲୋକେ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି । ସକାଳେ ଆହତମାନେ ମେଡିକାଲକୁ ଆସିଥିଲେ ମଧ୍ୟ ଡାକ୍ତର ବିଳମ୍ବରେ ଆସିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।