ବାଲେଶ୍ୱରର କ୍ୟାଟ୍ ମ୍ୟାନ୍ ଡାକ୍ତର ପ୍ରଫୁଲ୍ଲ ପଣ୍ଡା । ଘରେ ୪୦ଟି ବିଲେଇ ରଖିଛନ୍ତି, ନିଜ ପିଲା ପରି ପାଳୁଛନ୍ତି । ସ୍ନେହ, ପ୍ରେମରେ ବାନ୍ଧି ବିଲେଇଙ୍କ ସେବା କରୁଛନ୍ତି ଅବସରପ୍ରାପ୍ତ ହୋମିଓପାଥୀ ଡାକ୍ତର ପ୍ରଫୁଲ୍ଲ ପଣ୍ଡା
କନକ ବ୍ୟୁରୋ: ବିଲେଇଟିଏ ରାସ୍ତା କାଟିଲେ କେହି କେହି କୁହନ୍ତି ଅଶୁଭ ସଂକେତ । ହେଲେ ଏହି ବିଲେଇ ମଣିଷ ଠାରୁ ଅଧିକ ବିଶ୍ୱସ୍ତ । ସେମାନେ ମଣିଷର ଭାଷା ବୁଝନ୍ତି, ମଣିଷର ମନକୁ ଚିହ୍ନନ୍ତି । ଏମିତି କିଛି ବିଲେଇଙ୍କ ମନକୁ ବୁଝି ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ବାଲେଶ୍ୱରର ଏକ ଡାକ୍ତର ପରିବାର । ବିଲେଇକୁ କେବଳ ପୋଷି ନାହାନ୍ତି ବରଂ ନିଜ ପରିବାରର ସଦସ୍ୟ ଭଳି ଯତ୍ନ ନେଉଛନ୍ତି । କାହାକୁ ମେଲୋଡି ତ କାହାକୁ ଚକୋଲେଟ, ଆଉ କାହାକୁ ଲଡ ତ ସ୍ୱିଟ୍ ବୋଲି ଡାକନ୍ତି ଡାକ୍ତରଙ୍କ ପରିବାର ।
Kanak News is now on WhatsApp
Join and get latest news updates delivered to you via WhatsApp
ପରିବାର ସଦସ୍ୟ ଭଳି ବିଲେଇ ବି ଏମାନଙ୍କ ପରିବାରର ସଦସ୍ୟ । ବିଲେଇଙ୍କୁ ଅନେକ ଲୋକ ଘୃଣା କରିବା ସହ ଅଶୁଭ ବୋଲି କୁହନ୍ତି । କିନ୍ତୁ ଏହି ବିଲେଇଙ୍କୁ ନିଜ ପିଲାଙ୍କ ଭଳି ଭଲ ପାଆନ୍ତି ଓ ସେମାନଙ୍କ ସେବା କରନ୍ତି ଜଣେ ଅବସରପ୍ରାପ୍ତ ହୋମିଓପାଥୀ ଡାକ୍ତର । ଖାସ୍ ବିଲେଇମାନଙ୍କ ପାଇଁ ବାଲେଶ୍ୱର ସହର ଛାଡି ଏବେ ଏକ ଗାଁର ଶେଷମୁଣ୍ଡରେ ଭଡା ଘରେ ରହୁଛନ୍ତି ପଶ୍ଚିମବଙ୍ଗର ଡାକ୍ତର ପ୍ରଫୁଲଙ୍କ ପରିବାର । ୫ ବର୍ଷ ତଳେ ରାସ୍ତା କଡରୁ ୨ଟି ଆହତ ବିଲେଇଙ୍କୁ ଘରକୁ ଆଣି ସେମାନଙ୍କ ଚିକିତ୍ସା କରିଥିଲେ ଡାକ୍ତର ପ୍ର୍ରଫୁଲ୍ଲ । ବାସ ତା ପରଠୁ ସେ ବିଲେଇ ଦୁଇଟି ତାଙ୍କ ପରିବାରର ସଦସ୍ୟ ପାଲଟିଗଲେ । ପରେ ସେହି ସଂଖ୍ୟା ୪୦ରେ ପହଂଚିଛି ।
ସବୁଠାରୁ ଆଶ୍ଚଯ୍ୟ କଥା ହେଉଛି ଏହି ବିଲେଇମାନେ ଡାକ୍ତରଙ୍କ ଝିଅ ରୁମରେ ଶୁଅନ୍ତି । ହେଲେ କେବେ ଘରେ ଝାଡା ପରିଶ୍ରା କରନ୍ତି ନାହିଁ । ସେମାନଙ୍କ ଝାଡା, ପରିସ୍ରା କି ଭୋକ ଲାଗିରେ ସେମାନେ ବୋବାନ୍ତି । ଆଉ ପାଇଖାନା ଖୋଲି ଦେଲେ ପାଇଖାନା ଭିତରେ ହିଁ ଶୌଚ କରନ୍ତି । ସବୁଠାରୁ ଆଶ୍ଚଯ୍ୟକର କଥା ଯେ ଥାଳିରେ ଆମିଷ ଖାଦ୍ୟ ବଢା ହେଲେ ବି ଖାଇନଥାନ୍ତି, ସେମାନଙ୍କୁ ଡାକି ଖାଇବା ପାଇଁ କହିବା ପରେ ହିଁ ଖାଇଥାନ୍ତି । ପୁଣି ବିନା କଂଟାଯୁକ୍ତ ସିଝା ଓ ଭଜା ମାଛ ଖାଇଥାନ୍ତି ଏମାନେ । ଘରର ଅନ୍ୟ ସଦସ୍ୟଙ୍କ ଭଳି ବିଲେଇଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇଥାନ୍ତି ଡାକ୍ତର ପ୍ରଫୁଲ୍ଲ ମଲ୍ଲିକ ।
ତେବେ ଏହି ବିଲେଇମାନଙ୍କ ପାଇଁ ଥାନାକୁ ବି ଯିବାକୁ ପଡିଛି । ବିଲେଇଙ୍କ ନିଜ ପିଲାଙ୍କ ଭଳି ପାଳି କ୍ୟାଟ୍ ମ୍ୟାନ ଭାବେ ପରିଚିତ ଡାକ୍ତରଙ୍କ ନାଁରେ କୋର୍ଟରେ ମଧ୍ୟ ମାମଲା ଚାଲିଛି ।