କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।
ସେମାନଙ୍କ କହିବା କଥା ହେଲା, କପଡ଼ା ମାସ୍କ ଓମିକ୍ରନ ଭୂତାଣୁକୁ ରୋକିବାରେ ବିଫଳ ହୋଇପାରେ । ତେଣୁ ଡବଲ ମାସ୍କ ବ୍ୟବହାର ଜରୁରୀ । ଖାଲି ଡବଲ ମାସ୍କ ପିନ୍ଧିଲେ ହେବ ନାହିଁ, ଉପଯୁକ୍ତ ଭାବେ ଏହାକୁ ପିନ୍ଧିବାକୁ ହେବ । ତେବେ ଏନ-୯୫ କିମ୍ବା କେଏନ -୯୫ ମାସ୍କ ସବୁଠୁ ଭଲ ବୋଲି ଡାକ୍ତର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/33-22.jpg)