ଦେବଦୂତ ସାଜିଲେ ଡାକ୍ତର। ଚଳନ୍ତା ଟ୍ରେନରେ ମହିଳାଙ୍କ କଲେ ପ୍ରସବ। 

113

କନକ ବ୍ୟୁରୋ: ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ସାକ୍ଷାତ ଭଗବାନ । ଆଉ ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଅଛନ୍ତି ଓଡିଆ ଡାକ୍ତର ମେଜର ବିଶ୍ୱକେଶରୀ ମହାନ୍ତି ।ଟ୍ରେନରେ  ଭୁବନେଶ୍ୱର ଆସୁଥିଲେ ବିପ୍ଲବ ବିଶ୍ୱକେଶରୀ ମହାନ୍ତି । ହଠାତ ରାତିରେ ଟ୍ରେନ ଭିତରେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜାଣିବାକୁ ପାଇଥିଲେ । ଆଉ ସେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଜଣେ ଟିଟିଇ  ସହଯୋଗ ପାଇଁ ଡାକ ପକାଇଥିଲେ । ଏହା ପରେ ବିପ୍ଲବ ବିଶ୍ୱକେଶରୀ ଦେବଦୂତ ସାଜି ଧାଇଁ ଆସିଥିଲେ । ପାଖରେ କୌଣସି  ଡାକ୍ତରୀ ସରଞ୍ଜାମ ନଥିଲା । ତଥାପି ଠାକୁରଙ୍କୁ ଡାକି  ଜଣେ ମହିଳା ଯାତ୍ରୀଙ୍କ ସହାୟତାରେ ପ୍ରସବ କରାଇଥିଲେ ।

ଦୀର୍ଘ ଏକଘଣ୍ଟାର ପରିଶ୍ରମ ପରେ  ବିନା କୌଣସି ଡାକ୍ତରୀ ସରଞ୍ଜାମରେ ପ୍ରସବ କରାଇ ପ୍ରଶଂସା ସାଉଁଟିଛନ୍ତି ବିପ୍ଲବ ବିଶ୍ୱକେଶରୀ ମହାନ୍ତି । ଶିଶୁକନ୍ୟା ପ୍ରସବ କରିଥିବା ମହିଳା ମଧ୍ୟପ୍ରଦେଶର ତାରାବାଈ ବୋଲି ଜଣାପଡିଛି । ସେ ତାଙ୍କ ସ୍ୱାମୀ ବିଜୟଙ୍କ ସହ  ମଧ୍ୟପ୍ରଦେଶ ସାଗରରୁ ଭୁବନେଶ୍ୱର ଫେରୁଥିଲେ । ତାରାବାଈ ଓ ଜନ୍ମନେଇଥିବା ଶିଶୁକନ୍ୟା ସୁରକ୍ଷିତ ଅଛନ୍ତି ।