କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନବେଦୀ ପଛ ପାଶ୍ୱର୍ରୁ ଚୁନ ଖସିବାର କିଛି ଦିନ ପରେ ପୁଣି ଏକ ବଡ଼ ପଥର ବଡ ଦେଉଳରୁ ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ ନାଟମଣ୍ଡପରୁ ଏହି ପଥର ଖସିଥିବା ସୂଚନା ମିଳିଛି । ପଥରଟି ଦେଢ ଫୁଟ ଆକାର ଏବଂ ପ୍ରାୟ ୩ କିଲୋ ଓଜନର ବୋଲି କୁହାଯାଉଛି । ହେଲେ ଏହି ସମୟରେ ସେ ସ୍ଥାନରେ କେହି ନଥିବାରୁ କିଛି ଅଘଟଣ ହୋଇନାହିଁ । ଏହି ପଥରକୁ ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ପତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିଛି । ଏପରି ସ୍ଥିତିରେ ଶ୍ରୀମନ୍ଦିରର ରକ୍ଷାଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି । ତେବେ ସୂଚନା ମୁତାବକ ଦୀପବଳୀ ସମୟରେ ଏହି ପଥରଟି ଖସିଥିଲା । କିନ୍ତୁୁ ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ଏଏସଆଇ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାଁନ୍ତି ।

Advertisment

ତେବେ ଶ୍ରୀମନ୍ଦିରରୁ ପଥର ଖସିବା ନୂଆ ଘଟଣା ନୁହେଁ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରରେ ପୂର୍ବରୁ ମଧ୍ୟ ପଥର ଓ ପ୍ଲାଷ୍ଟର ଖସିବା ଘଟଣା ନଜରକୁ ଆସିଛି । ୧୪୩ ବର୍ଷ ହେଲା ଶ୍ରୀମନ୍ଦିରରୁ ପଥର ଖସିବା ଭଳି ଅଘଟଣ ନଜରକୁ ଆସିଛି...

  • ୧୮୭୫ ମସିହା ଜୁଲାଇ ୯ ତାରିଖରେ ଶ୍ରୀମନ୍ଦିରରୁ ୩ଟି ପଥର ଖସିଥିଲା
  • ୧୯୩୭ ଓ ୧୯୩୯ ମସିହାରେ ମଧ୍ୟ ପଥର ଖସିଥିଲା
  • ୧୯୬୧ ମସିହା ଜାନୁୟାରୀ ୨୬ରେ ଶ୍ରୀମନ୍ଦିରରୁ ଖସିଥିଲା ୮କିଲୋ ଓଜନର ଚୁନ ପ୍ଲାଷ୍ଟର
  • ୧୯୬୯ ମସିହା ୧୯୭୫, ୧୯୭୯ ମସିହାରେ ସମାନ ଘଟଣା ଘଟିଥିଲା
  • ୧୯୭୪ ମସିହାରେ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣା ଦାୟିତ୍ୱ ନେଇଥିଲା ଏଏସଆଇ
  • ଏଏସଆଇ ଦାୟିତ୍ୱ ନେବାର ୧୧ ବର୍ଷ ପରେ ପୁଣି ଅଘଟଣ ଘଟିଥିଲା
  • ୧୯୮୫ ମସିହା ଅଗଷ୍ଟ ୧୬ରେ ଲାଇମ ପ୍ଲାଷ୍ଟ ଖସିଥିଲା
  • ୧୯୮୮ ଜାନୁୟାରୀ ୧୯ ଓ ୧୯୯୦ ଫେବୃୟାରୀ ୬ରେ ସମାନ ଘଟଣା ଘଟିଥିଲା
  • ୧୯୯୦ ଜୁନ ୧୪ରେ ୭ ଟନ ଓଜନର ପଥର ଶ୍ରୀମନ୍ଦିରରୁ ଖସିଥିଲା
  • ୧୯୯୧ ମସିହା ଅକ୍ଟୋବର ୩ରେ ଶ୍ରୀମନ୍ଦିର କାନ୍ଥରୁ ଲାଇମ ପ୍ଲାଷ୍ଟର ଖସିଥିଲା
  • ୧୯୯୨ ମସିହା ଅଗଷ୍ଟ ୧୩ରେ ଶ୍ରୀମନ୍ଦିରରୁ ୪ ଟନ୍ ଲେଖାଏଁ ଓଜନର ୨ଟି ପଥର ଖସିଥିଲା
  • ସେହି ସମୟରେ ବହୁ ସେବାୟତ ଶ୍ରୀମନ୍ଦିରରେ ଥିଲେ ମଧ୍ୟ କେହି ଆହତ ହୋଇନଥିଲେ
  • ଏହାପରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ଜଗମୋହନ ମରାମତି କରିଥିଲେ
  • ୧୨ ବର୍ଷ ପରେ ୨୦୦୪ ଫେବୃୟାରୀ ୯ରେ ନାଟମଣ୍ଡପରୁ ପ୍ଲାଷ୍ଟର ଖସିଥିଲା
  • ୨୦୧୧ ସେପ୍ଟେମ୍ବର ୨୦ରେ ସିଂହଦ୍ୱାରରୁ ପଥର ମୂର୍ତି ଖସିଥିଲା
  • ୨୦୧୧ ନଭେମ୍ବର ୧ରେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଥର ଖସିଥିଲା
  • ୨୦୧୨ ଅକ୍ଟୋବର ୮ ତାରିଖରେ ଶ୍ରୀମନ୍ଦିରରୁ ପଥର ଖସିଥିବା ସୂଚନା
  • ୨୦୧୩ ମସିହାରେ ମଧ୍ୟ ଶ୍ରୀମନ୍ଦିରର ପ୍ଲାଷ୍ଟର ଖସିଥିଲା
  • ୨୦୨୨ ଅଗଷ୍ଟ ୩ ତାରିଖରେ ଶ୍ରୀମନ୍ଦିରରୁ ଲାଇମ ପ୍ଲାଷ୍ଟର ଖସିଥିଲା