କୌଣସି ସମୟରେ ଆସିପାରେ ହୃଦଘାତ ଜନିତ ସମସ୍ୟା ! ତୁରନ୍ତ କରନ୍ତୁ ଏହି ୮ଟି କାମ ।

68

ଆଜିକାଲି ହୃଦଘାତ ହେବା ଅତି ସାଧାରଣ ହୋଇଗଲାଣି । କାହାକୁ କେତେବେଳେ ଯେ ହୃଦଘାତର ସାମ୍ନାକୁ କରିବାକୁ ହେବ ତାହା କହି ହେବନାହିଁ । ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଏ ସମସ୍ୟା ଲୋକମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ତେବେ ପ୍ରକୃତ କଥା ହେଲା ହୃଦଘାତ ହେବା କ୍ଷଣି ତାହାର ଚିକିତ୍ସା କରିବା ଦରକାର । ବେଳେ ବେଳେ ଲୋକମାନଙ୍କୁ ହୃଦଘାତ ହେବା ସମୟରେ ସେମାନଙ୍କ ପାଖରେ କେହି ଉପସ୍ଥିତ ନଥାନ୍ତି । ଫଳରେ ଚିକିତ୍ସା ଅଭାବରୁ ସେମାନେ ମୃତ୍ୟୁବରଣ କରିଥାନ୍ତି । ଏଭଳି ପରିସ୍ଥିତିରେ ଏକା ଥିବା ସମୟରେ ମଧ୍ୟ ରୋଗୀ କିପରି ନିଜର ଜୀବନ ବଞ୍ଚାଇ ପାରିବ ସେ କୌଶଳ ଜାଣିବା ଦରକାର । ଆସନ୍ତୁ ଜାଣିବା ସେ କୌଶଳ ବିଷୟରେ…

୧.ହୃଦଘାତ ହେଲେ ତଳେ ସିଧା ଶୋଇବା ସହ ଅଧିକ ହଲନ୍ତୁ ନାହିଁ ।

୨. ଗୋଡ଼ ଦୁଇଟିକୁ ଟିକେ ଉଚ୍ଚା ସ୍ଥାନରେ ରଖନ୍ତୁ । ଏହା ଦ୍ୱାରା ଗୋଡ଼ରୁ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ହେବ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ ।

୩. ଧୀରେ ଧୀରେ ଲମ୍ବା ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଶରୀରକୁ ପର୍ୟ୍ୟପ୍ତ ପରିମାଣରେ ଅମ୍ଲଜାନ ମିଳିବ ।

୪.ପିନ୍ଧିଥିବା କପଡ଼ାକୁ ତୁରନ୍ତ ଢ଼ିଲା କରି ଦିଅନ୍ତୁ ।

୫.ହୃଦଘାତ ହେବା ମାତ୍ରେ ସରବିଟ୍ରେଟ୍ ବା ଡ଼ିସପ୍ରିନ୍ ବଟିକା ଜିଭ ତଳେ ରଖନ୍ତୁ ।

୬.ଔଷଧ ବିନା ସେ ସମୟରେ ଅନ୍ୟ କିଛି ଖାଆନ୍ତୁ ନାହିଁ ।

୭.ବାନ୍ତି ଲାଗିଲେ ଗୋଟେ ପଟକୁ ଢ଼ଳି ବାନ୍ତି କରନ୍ତୁ । ଏପରି କଲେ ବାନ୍ତି ଫୁସଫୁସରେ ଜମା ହେବ ନାହିଁ ।

୮. କୌଣସି ପ୍ରକାରର ପାନୀୟ ପିଇବାର ଭୁଲ କରନ୍ତୁ ନାହିଁ ।