ବାଣ ଫୁଟାଇବା ବେଳେ ଅଘଟଣା ! ୨ ଶିଶୁଙ୍କ ସମେତ ୫ ଆହତ ।

117

କନକ ବ୍ୟୁରୋ : ଆଲୋକର ଉତ୍ସବ ଭିତରେ ଆସିଛି ଅଘଟଣର ଖବର । ଭଦ୍ରକରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ଏଥିରେ ୨ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ମଇତାପୁରରେ ଜଣେ ୪ ବର୍ଷର ଶିଶୁ ବାଣ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । 

ସେପଟେ ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନି ଛକରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଗୋଟିଏ ଘର ସହ ୨ଟି ଦୋକାନ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଦୋକାନରେ ବେଆଇନ ଭାବେ ବିପୁଳ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ସେହିପରି ପାରାଦୀପରେ ଅଗ୍ନିକାଣ୍ଡ ଘଟି ଭଂଜ କଲୋନୀରେ ଦୁଇ ବଖରା ଘର ଜଳିଯାଇଛି ।