ଗୋଟିଏ ଦିନ ପାଇଁ ବିଧାୟକ ବନିଲେ ୫ ବର୍ଷୀୟ ଦିବ୍ୟାଙ୍ଗ ଶିଶୁ : ପୁଅକୁ ଦେଖି ଭାବୁକ ହେଲେ ମାଆ-ବାପା

୫ବର୍ଷୀୟ ଶିଶୁକୁ ଗୋଟିଏ ଦିନର ବିଧାୟକ ବନାଇଲେ ବିଧାୟକ ବ୍ରଜଭୂଷଣ ରାଜପୁତ ।

214

ଅଭିନେତା ଅନିଲ କପୁରଙ୍କ ଫିଲ୍ମ ତ ଆପଣ ଦେଖିଥିବେ । ଫିଲ୍ମରେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଥିବା ଅମରେଶ ପୁରୀ ଅନିଲ କପୁରଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ । କିଛି ଏମିତି ମାମଲା ମହୋବାର ଚରଖାରୀ ବିଧାନସଭା କ୍ଷେତ୍ରରୁ ଆସିଛି । ଚରଖାରୀରୁ ବିଧାୟକ ବ୍ରଜଭୂଷଣ ରାଜପୁତ ଫିଲ୍ମି ଅନ୍ଦାଜରେ ୫ବର୍ଷୀୟ ଶିଶୁକୁ ଗୋଟିଏ ଦିନର ବିଧାୟକ ବନାଇଲେ । କେବଳ ସେତିକି ନୁହେଁ ବିଧାୟକ ଶିଶୁକୁ ନିଜର ଗାଡି, ଗନର ଓ ସଚିବ ବି ଦେଲେ । ଶିଶୁ ବି ପୁରା ଦିନ ବିଧାୟକଙ୍କ ଭଳି ଲୋକଙ୍କ ସମସ୍ୟା ଶୁଣିଲେ ଓ ଅଂଚଳ ବୁଲି ଦେଖିଲେ ।

ନିଜ ଦିବ୍ୟାଙ୍ଗ ପିଲାକୁ ବିଧାୟକ ହେବା ଦେଖି ତାଙ୍କ ମା’ବାପାଙ୍କ ଆଖିରୁ ଖୁସିର ଲୁହ ବାହାରିଥିଲା । ଛୋଟ ବିଧାୟକ ବୈଠକରେ ବସି ଲୋକଙ୍କ ସମସ୍ୟା ଶୁଣିଥିଲେ । ତା’ପରେ ତାଙ୍କୁ କୋତୱାଲି ନିଆଗଲା । ସେଇଠି ତାଙ୍କର ବହୁତ ସ୍ୱାଗତ ହେଲା ପରେ ସେ ସେଲଫି ବି ନେଲେ । ଗୋଟିଏ ଦିନର ବିଧାୟକ ବନିଥିବା ଶିଶୁର ନାମ ଅରୁଣ ଅହିରୱାର । ଅରୁଣ ଜନ୍ମରୁ କହିପାରନ୍ତିନି । ତାଙ୍କ ମା’ବାପାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ବହୁତ ଚିନ୍ତା ଥାଏ । କିନ୍ତୁ ଅରୁଣଙ୍କୁ ଏହି ପ୍ରକାରରେ ଦେଖି ସେମାନେ ଖୁସି ହୋଇଯାଇଥିଲେ ।