ବିବାହ ନୁହେଁ ଖେଳଘର । ବିବାହ ବିଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, କେବଳ ଗୋଟିଏ ପକ୍ଷ ଚାହିଁଲେ ହୋଇପାରିବନି ଛାଡ଼ପତ୍ର

566

କନକ ବ୍ୟୁରୋ: ଦେଶରେ ବିବାହ ବିଚ୍ଛେଦ ସଂଖ୍ୟା ବଢ଼ୁଥିବା ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ବାହାଘର ନୁହେଁ ଖେଳଘର । ତେଣୁ ବାହାଘର ପରେ କେବଳ ଗୋଟିଏ ପକ୍ଷ ଚାହିଁଲେ ବିବାହ ବିଚ୍ଛେଦ ହୋଇପାରିବ ନାହିଁ । ଭାରତୀୟ ସଭ୍ୟତାରେ ପାଶ୍ଚାତ୍ୟ ପରମ୍ପରାକୁ ଗ୍ରହଣ କରାଯିବ ନାହିଁ, ଯେଉଁଠି ଆଜି ବିବାହ ଆଉ କାଲି ବିଚ୍ଛେଦ ।

  • ବିବାହ ବିଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
  • କେବଳ ଗୋଟିଏ ପକ୍ଷ ଚାହିଁଲେ ହୋଇପାରିବନି ଛାଡ଼ପତ୍ର

ବାହାଘର ନୁହେଁ ଖେଳଘର । ବାହାଘର ପରେ ଗୋଟିଏ ପକ୍ଷ ଚାହିଁଲେ ହୋଇପାରିବ ନାହିଁ ବିବାହ ବିଚ୍ଛେଦ । ଭାରତ ସଭ୍ୟତାରେ ପାଶ୍ଚାତ୍ୟ ପରମ୍ପରାକୁ ଗ୍ରହଣ କରାଯିବ ନାହିଁ, ଯେଉଁଠି ଆଜି ବିବାହ ଆଉ କାଲି ବିଚ୍ଛେଦ । ବିବାହ ବିଚ୍ଛେଦ ମାମଲାର ଶୁଣାଣୀ ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ସବୁକ୍ଷେତ୍ରରେ ଧାରା ୧୪୨କୁ ଲାଗୁ କରି ହେବ ନାହିଁ । ଜଣେ ପକ୍ଷ ଚାହିଁଲେ ବିବାହ ବିଚ୍ଛେଦ ହୋଇ ପାରିବ ନାହିଁ । ବିଚାରପତି ସଂଜୟ କେ କୌଲ ଓ ଅଭୟ ଏସ୍ ଓକା ଏହି ରାୟ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, “ବିବାହ ସାଧାରଣ କଥା ନୁହେଁ । ଦୁଇଟି ବ୍ୟକ୍ତି ଯେତେବେଳେ ବିବାହ ପାଇଁ ନିଷ୍ପତି ନେଉଛନ୍ତି ସେହି ସମ୍ପର୍କକୁ ସଠିକ୍ ଭାବେ ତୁଲାଇବା ଉଚିତ୍ । ଆମ ସମାଜରେ ବିବାହ ବେଶ ଗୁରୁତ୍ୱ ବହନ କରେ । ପାଶ୍ଚାତ୍ୟ ସଭ୍ୟତାକୁ ଦେଖି ଆଜିର ଯୁବପିଢୀ ବିବାହକୁ ହାଲୁକା ଭାବେ ନେଉଛନ୍ତି । ଛୋଟ ଛୋଟ କଥାରେ ବିଚ୍ଛେଦ ପାଇଁ ଚାଲି ଆସୁଛନ୍ତି । ପାଶ୍ଚାତ୍ୟ ଢାଞ୍ଚା ଆମେ ଆଦୌ ଗ୍ରହଣ କରିବୁ ନାହିଁ ଯେଉଁଠି ଆଜି ବିବାହ ଆଉ କାଲି ବିଚ୍ଛେଦ ହୋଇଥାଏ ।’

ବିବାହକୁ ଦ୍ୱିତୀୟ ସୁଯୋଗ ଦେବା ପାଇଁ ଚାହୁଁଥିବା ପତ୍ନୀ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ କରିଥିଲେ । ସ୍ୱାମୀଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁ ନଥିବା କହିଥିଲେ ପତ୍ନୀ ଜଣଙ୍କ । ହେଲେ ସ୍ୱାମୀଙ୍କ କହିବା କଥା, ବିବାହ ପରେ ମାତ୍ର ୪୦ ଦିନ ସେମାନେ ଏକାଠି ରହିଛନ୍ତି, ଗତ ୨ ବର୍ଷ ହେଲାଣି ସେମାନେ ଅଲଗା ରହୁଛନ୍ତି । ତେଣୁ ସେ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । ପଞ୍ଜାବ ଓ ହରିୟାଣାର ପୂର୍ବତନ ମୁଖ୍ୟ ବିଚାରପତି ଏସ୍ ଜେ ଭାଜିଫଦାରଙ୍କୁ ମଧ୍ୟସ୍ଥ ନିଯୁକ୍ତି କରିବା ସହ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।