ଆବାସ ପାଇଁ ଅସନ୍ତୋଷ । ନରସିଂହପୁରରେ ଲୋକଙ୍କ ରାସ୍ତାରୋକ । ଧର୍ମଶାଳାରେ ତାତିଲେ ମହିଳା

131

କନକ ବ୍ୟୁରୋ: ନରସିଂହପୁର ବ୍ଲକ ନୂଖାପଡା ପଞ୍ଚାୟତରେ ଆବାସ ଯୋଜନାରେ ବାଦ ପଡିଥିବା ହିତାଧିକାରୀଙ୍କ ଅସନ୍ତୋଷ ତେଜିଛି । ତାଲିକାରେ ତ୍ରୁଟି ଅଭିଯୋଗ କରି ସ୍ଥାନୀୟ ଲୋକେ ନୂଖାପଡା ଛକ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କୁ ମଧ୍ୟ ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି ।

  • ଧର୍ମଶାଳାରେ ତାତିଲେ ମହିଳା
  • ବ୍ଲକ ଅଫିସ ଆଗରେ ଧାରଣା ଓ ନାରାବାଜି

ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମ ପଞ୍ଚାୟତରେ ବାଦପଡିଥିବା ମହିଳା ହିତାଧିକାରୀମାନେ ଧର୍ମଶାଳା ବ୍ଲକ ଅଫିସ ଆଗରେ ଧାରଣା ଦେଇ ନାରାବାଜି କରିଛନ୍ତି । ଦୀର୍ଘ ଆଲୋଚନା ପରେ ବିଡିଓ ସମସ୍ତ କଥାକୁ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଫେରିଯାଇଥିଲେ । କେବଳ ଏହି ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତରେ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଛି ।

କେବଳ ଏହି ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗ୍ୟ ହିତାଧିକାରୀ ଘର ପାଇନଥିବା ଚିତ୍ର ସାମ୍ନାକୁ ଆସିଛି । ନିମାପଡ଼ା ବ୍ଲକ ଅନ୍ତର୍ଗତ ଚଅଁରପଦା ପଞ୍ଚାୟତରେ । ପ୍ରିୟାପ୍ରିତି ପୋଷଣ କରାଯାଇ ବେଆଇନ୍ ଭାବେ ଥିଲା ବାଲାଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ମୁଣ୍ଡଗୁଞ୍ଜିବା ପାଇଁ ନାହିଁ ପକ୍କାଘର । ନାହିଁ ମୋଟର ସାଇକେଲ କି ଆଜବେଷ୍ଟସ ଘର । ତଥାପି ବାଦ ପଡୁଛନ୍ତି କିଛି ଲୋକ । ବିଞ୍ଝାରପୁରରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଯୋଗ୍ୟ ହିତାଧିକାରୀ ବାଦ ପଡିଥିବାରୁ ଅନେକ ପଞ୍ଚାୟତରେ ଅସନ୍ତୋଷ ତେଜିଛି ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବନି,ଚାଳ ଛପର ଥିବା ଲୋକଙ୍କୁ ତାଲିକାରେ ସାମିଲ କରାଯିବନି, ତାହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରେ ଘର ପାଇବାକୁ ଯୋଗ୍ୟ ହିତାଧିକାରୀ କିଏ?