ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ତେଜିଲା ବିବାଦ

ଆନ୍ଧ୍ର ଚଲାଉଥିବା ଅଙ୍ଗୱାଡି କେନ୍ଦ୍ରକୁ ସିଲ କଲା ଗଜପତି ପ୍ରଶାସନ, ଶ୍ରୀକାକୁଲମ ଅଧିକାରୀଙ୍କ କଡା ବିରୋଧ; ମାଣିକପାଟଣା ଗାଁରେ ଦୁଇ ରାଜ୍ୟର ପୁଲିସ ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ

59

କନକ ବ୍ୟୁରୋ : ଆନ୍ଧ୍ର ସୀମାରେ ଥିବା ମାଣିକପାଟଣା ଗାଁର ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଅଙ୍ଗନୱାଡି କେନ୍ଦ୍ର ଥିବା ଅଞ୍ଚଳକୁ ନିଜର ବୋଲି ଦାବି କରୁଛନ୍ତି ଉଭୟ ଗଜପତି ପ୍ରଶାସନ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ । ୨୦୧୨ ମସିହାରୁ ମାଣିକପାଟଣା ଗାଁରେ ଏକ ଅସ୍ଥାୟୀ ଅଙ୍ଗୱାଡି କେନ୍ଦ୍ର ଚଲାଇ ଆସୁଥିଲା ଆନ୍ଧ୍ରପ୍ରଦେଶ । ଏହି ଖବର ପାଇ ସ୍ଥାନୀୟ ତହସିଲଦାର ଅଙ୍ଗନୱାଡି କେନ୍ଦ୍ରକୁ ସିଲ କରିଦେଇଛନ୍ତି ।

ଏହାକୁ ନେଇ ବିବାଦ ତେଜିବା ସହ ମାଣିକପାଟଣା ଗାଁରେ ଉଭୟ ପକ୍ଷର ପୁଲିସ, ପ୍ରଶାସନିକ ଅଧିକାରୀଙ୍କ ଓ ଜନପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି । ତେବେ ଉଭୟ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ଆଲୋଚନା ପରେ ସୀମାର ମାପଚୁପ କରାଯିବାକୁ ନିଷ୍ପତି ହୋଇଛି । ସେପଟେ ଓଡିଶା ସୀମାରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନୀୟ ତହସିଲଦାର ସିଲ୍ କରିବା ସମୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗାଁର ଗୁରୁନାଥ ଶବରଙ୍କୁ ଗିରଫ କରିଛି ଗାରାବନ୍ଧ ପୁଲିସ ।