ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ଶେଷ । ବିରୋଧୀ ଦଳ ନେତା କହିଲେ, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ । 

557

କନକ ବ୍ୟୁରୋ : ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ନବୀନ ଏଥିରେ ରାଜି ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।  କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରତିଶ୍ରୁତି ନବୀନ ଦେଇଛନ୍ତି ବୋଲି ପ୍ରଦୀପ୍ତ କହିଛନ୍ତି । ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ପୋଲି କହିଛନ୍ତି ବିଷ୍ଣୁ ସେଠୀ ।

ଆଲୋଚନା ଶେଷ ହୋଇଥିବା ବେଳେ ପ୍ରଦୀପ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ପ୍ରଦୀପ୍ତ । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ । । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ ବୋଲି କହିଛନ୍ତି ପ୍ରଦୀପ୍ତ ।