ୟୁକେ ଷ୍ଟ୍ରେନ ଭାରିଆଂଟ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ପରିସ୍ଥିତି ଠିକ୍ ଅଛି; ମହାରାଷ୍ଟ୍ର ଓ ପଞ୍ଜାବରେ, ସଂକ୍ରମଣ ହାର ଅଧିକ

ହୋଲି ଭଲି ପର୍ବପର୍ବାଣୀରେ ସତର୍କ ରହିବାକୁ ପରାମର୍ଶ

134

କନକ ବ୍ୟୁରୋ : ରାଜ୍ୟକୁ ଗତ ଡିସେମ୍ୱର ମାସରେ ଆସିଥିଲେ ୩ ଜଣ ୟୁକେ ଫେରନ୍ତା । ସେମାନଙ୍କ ନିକଟରୁ ୟୁକେ ଭାଇରାଂଟ ଭୂତାଣୁ ଚିହ୍ନଟ ହୋଇଛି । ସେମାନେ ଏବେ ସୁସ୍ଥ ହୋଇ ସାରିଛନ୍ତି । ଆଉ ସେମାନଙ୍କ ଠାରୁ କାହାକୁ ଏହି ଭୂତାଣୁ ସଂକ୍ରମିତ ହୋଇନାହିଁ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ଏହି ୟୁକେ ଭାଇରାଂଟ ବା ଏନ୪୪୦କେ ଭୂତାଣୁ ସେତେ ସାଂଘାତିକ ନୁହଁ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ଡାକ୍ତର ଅଜୟ ପରିଡା ।

ତେବେ ମହାରାଷ୍ଟ୍ର ଓ ପଂଜାବରେ ଦେଖାଦେଇଥିବା ଷ୍ଟ୍ରେନର ସଂକ୍ରମଣ ହାର ଓଡିଶା ଠାରୁ ଯଥେଷ୍ଟ ଅଧିକ । ଫଳରେ ଏହି କାରଣରୁ ସେଠାରେ ପୁନଃସଂକ୍ରମଣ ବଢି ଚାଲିଛି । ପଂଜାବରେ ୮୦ ପ୍ରତିଶତ ୟୁକେ ଭାରିଏଂଟ ଚିହ୍ନଟ ହୋଇଛି । କିନ୍ତୁ ଓଡିଶାରେ ଏହି ହାର କମ୍ ରହିବା ସହ ପରିସ୍ଥିତି ଠିକ୍ ରହିଛି । ଆଗକୁ ହୋଲି ଭଳି ପର୍ବ ରହିଥିବାରୁ , ଏହାକୁ ନେଇ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଆଇଏଲଏସ ଅଜୟ ପରିଡା । କୌଣସି ଅଂଚଳରେ ସଂକ୍ରମଣ ବଢିଲେ, ମାଇକ୍ରୋ କଂଟେନମେଂଟ ଜୋନ୍ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

ତେବେ ବର୍ତମାନ ମ୍ୟୁଟେସନ୍ ଅଧିକ ମାରାତ୍ମକ ତାହା ଅଧିକ ଅନୁଧ୍ୟାନ କଲେ ଜଣାପଡିବ ବୋଲି ମତ ରଖିଛନ୍ତି ଆଇଏଲଏସ ଅଜୟ ପରିଡା । ବର୍ତମାନ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୂନା ପରୀକ୍ଷା ଚାଲିଛି । ନୂଆପଡାରେ ଦୈନିକ ୧୦ ହଜାର ୫୦୦ ଆରଟିପିସିଆର ଟେଷ୍ଟ ହେଉଛି । ଜାନୁଆରୀ ଓ ଫେବ୍ରୁଆରୀର ଜେନେମୋ ସିକ୍ୱେନ୍ସିଂ ଏନଆଇଭି ଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହାର ରିପୋର୍ଟ ଆସିବ ବୋଲି ମତ ରଖିଛନ୍ତି ।